ଲେବାନନ୍‌କୁ ବ୍ୟାପିଲା ଇରାନ୍‌ ଯୁଦ୍ଧ

ତେହରାନ୍‌, ୩ା୩: ଇରାନ୍‌ରେ ଆମେରିକା ଓ ଇସ୍ରାଏଲ୍‌ ସୋମବାର ଜୋର୍‌ଦାର ଆକ୍ରମଣ କରିଥିବାବେଳେ ମୃତ୍ୟୁସଂଖ୍ୟା ୫୫୫ରେ ପହଞ୍ଚତ୍ଥିବା ଇରାନୀୟ ରେଡ୍‌ କ୍ରିସେଣ୍ଟ ସୋସାଇଟି ପକ୍ଷରୁ କୁହାଯାଇଛି। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଥିବା ଇସ୍ରାଏଲ୍‌ ଓ ଆମେରିକାର ସାମରିକ ବେସ୍‌ ଉପରେ ଆକ୍ରମଣ କରିଛି। ସୋମବାର ସକାଳେ ଇରାନର ଫାର୍ସ ପ୍ରଦେଶରେ ଆକ୍ରମଣ ଘଟି ଅନୂ୍ୟନ ୩୫ ଜଣ ନିହତ ହୋଇଥିବାବେଳେ ତେହରାନର ନିଲୁଫାର ସ୍କୋୟାରରେ ୨୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି। ସାନାନ୍ଦଜ ସହରରେ ବହୁ ବିଲ୍ଡିଂ ଧ୍ୱଂସ ହୋଇଥିବାବେଳେ ଅତିକମ୍‌ରେ ୨ ଜଣ ପ୍ରାଣ ହରାଇଥିବା ଫାର୍ସ ନ୍ୟୁଜ୍‌ ଏଜେନ୍ସି କହିଛି। ସହରର ବିଭିନ୍ନ ସ୍ଥାନରେ ଆମେରିକା ଏବଂ ଇସ୍ରାଏଲୀ ସେନା ୬ଟି ମିଶାଇଲ୍‌ ମାଡ଼ କରିଥିଲେ। ଇରାନର କେନ୍ଦ୍ରୀୟ ସହର କେର୍ମାନଶାହସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ବିଲ୍ଡିଂଗୁଡ଼ିକରୁ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଛି। ଆମେରିକା ଏବଂ ଇସ୍ରାଏଲ୍‌ ରବିବାର ଇରାନ୍‌ର ନାତାଞ୍ଜ ଆଣବିକ ସ୍ଥଳକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ କରିଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)କୁ ଇରାନ ରାଷ୍ଟ୍ରଦୂତ ରେଜା ନଜାଫି ଜଣାଇଛନ୍ତି।
ଲେବାନନ୍‌ ରାଜଧାନୀ ବେରୁଟ୍‌ରେ ଇସ୍ରାଏଲ୍‌ ଯୁଦ୍ଧବିମାନରୁ ବୋମାମାଡ଼ କରାଯିବାରୁ ୩୧ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୯ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ହାଇଫାସ୍ଥିତ ସାମରିକ ଘାଟିରେ ହେଜ୍‌ବୋଲ୍ଲା ଡ୍ରୋନ୍‌ ଏବଂ ରକେଟ୍‌ ଆକ୍ରମଣ କରିବାରୁ ଏହାର ଜବାବରେ ଇସ୍ରାଏଲ୍‌ ବେରୁଟ୍‌ରେ ଆକ୍ରମଣ କରିଛି। ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟାର ଜବାବରେ ତେହରାନ୍‌ ସମର୍ଥତ୍ତ ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ଇସ୍ରାଏଲ୍‌ର ସାମରିକ ଘାଟିକୁ ଟାର୍ଗେଟ କରିଥିଲା ବୋଲି କହିଛି। ହେଜ୍‌ବୋଲ୍ଲାକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍‌ କାଟ୍‌ଜ କହିଛନ୍ତି। ଯିଏ ଖାମେନେଇଙ୍କ ପଥ ଅନୁସରଣ କରିବ ତାଙ୍କର ଅନୁରୂପ ଦଶା ହେବ ବୋଲି କାଟ୍‌ଜ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଯୁଦ୍ଧର ପରିସର, ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ

ରିୟାଦ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ନିଆଁ…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

ହାସିସ୍‌ ତେଲ ଜବତ ପରେ ଚିତଲପଡ଼ା ଟାପୁରୁ ଶତାଧିକ କଡ଼କନାଥ, ଟର୍କି କୁକୁଡ଼ା ଉଭାନ

ନନ୍ଦପୁର,୩।୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ…

ସୁଡ଼ଙ୍ଗରେ ଭରି ରହିଛି ଇରାନର ବିପୁଳ ଯୁଦ୍ଧାସ୍ତ୍ର

ତେହରାନ୍‌,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍‌ଜିସି) ପକ୍ଷରୁ ଏହାର ଏକ ଭିଡିଓ…

ଖାମେନେଇଙ୍କ ୨ ସମ୍ଭାବ୍ୟ ଉତ୍ତରାଧିକାରୀ ନିହତ: ଟ୍ରମ୍ପ୍‌

ତେହରାନ୍‌, ୩ା୩: ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଶନିବାର ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିହତ ହୋଇଥିଲେ। ଏଥିସହିତ ସୁପ୍ରିମ ଲିଡରଙ୍କ ଉତ୍ତରାଧିକାରୀ…

ହୋର୍ମୁଜ୍‌ ଷ୍ଟ୍ରେଟ୍‌: ସର୍ବବୃହତ୍‌ ଏନର୍ଜି କରିଡର

ମୁମ୍ବାଇ ,୩ା୩: ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ଓ ଓମାନ ମଝିରେ ରହିଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ବା ପ୍ରଣାଳୀ ‘ହୋର୍ମୁଜ୍‌ ଷ୍ଟ୍ରେଟ୍‌’ର ବିଶେଷତ୍ୱ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri