ଲୁହା ପଥର ପରିବହନକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ଯୋଡ଼ା, ୭।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାଠାରେ ଲୁହା ପଥର ପରିବହନକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଯୋଡା ଥାନା ପୋଲିସ ଗୁରୁବାର ଜଣେ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେ ହେଲେ କମାରଯୋଡା ଅଞ୍ଚଳର ବୁଦ୍ଧଦେବ ବାନାର୍ଜୀ। ଏ ନେଇ ଥାନା ଏସ୍‌ଆଇ ବିଶ୍ୱଜିତ୍‌ ବେହେରା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଲୁହା ପଥର ପରିବହନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ସକାଳ ପ୍ରାୟ ୭ରେ ଅଭିଯୁକ୍ତ ବୁଦ୍ଧଦେବଙ୍କୁ ଗିରଫକରିଛି।