ଲୁହାପଥର ବୋଝେଇ ୬ ଡମ୍ପର ଜବତ ଘଟଣା:ଡମ୍ପର ମାଲିକ ଗିରଫ

ବଡବିଲ, ୧୦।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଗତ ନଭେମ୍ବର ୨୬ ତାରିଖରେ ରାଜ୍ୟ ସୀମାନ୍ତ ନାଲଦାରୁ ଲୁହାପଥର ବୋଝେଇ ୬ଟି ଡମ୍ପର ଜବତ କରିବା ଘଟଣାର ତଦନ୍ତକୁ ଜୋରଦାର କରିଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ପିଏଚଡି ଅଞ୍ଚଳର ଅମର ରଜକ ନାମକ ଜଣେ ଡମ୍ପର ମାଲିକଙ୍କୁ ଗିରଫ କରିଛି। ସୂଚନା ଥାଉକି ଗତ ଡିସେମ୍ବର ୫ ତାରିଖରେ ଖଣି କମ୍ପାନୀର ରିସିଭର ଓ ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଥିଲାବେଳେ ସୋମବାର ଦିନ ଜଣେ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତିି ଯେ, ତଦନ୍ତ ଜାରି ରହିଛି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।