ଲୁହାଛଡ ଚୋରି ଅଭିଯୋଗ: ଦୁଇ ଧରାପଡ଼ିଲେ

ହେମଗିର, ୩୦।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଲଇକେରା ଗ୍ରାମର ଦୁଇଜଣ ଲୁହାଛଡ ଚୋରି ଅଭିଯୋଗରେ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେମାନେ ହେଲେ ଲଇକେରା ଗ୍ରାମର ଜଣେ ଯୁବକ ସାବିନ ବାଗ (୧୯) ଓ ଜଣେ ନାବାଳକ(୧୭)। ୨୯ ତାରିଖ ପ୍ରାୟ ୧୦ଟାରେ ଉଭୟ ସାନଘୁମୁଡାଠାରେ ଥିବା ମ୍ୟାକନାଲି ଭାରତ କମ୍ପାନୀ ପରିସରରୁ ଲୁହାଛଡ ଚୋରି କରୁଥିଲେ। ଏହି ସମୟରେ କମ୍ପାନୀର ଲୋକେ ଦେଖି ସେମାନଙ୍କୁ କାବୁ କରିନେଇଥିଲେ। ଏନେଇ କମ୍ପାନୀର ସିନିୟର ମ୍ୟାନେଜର ମୁକ୍ତିକାନ୍ତ ପାତ୍ର ହେମଗିର ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା (ନଂ. ୬୬/୧୯) ରୁଜୁ କରାଯାଇଛି। ପ୍ରକାଶ ଥାଉକି କମ୍ପାନୀର ଚୋରି ହୋଇଥିବା ଲୁହାଛଡ ମୂଲ୍ୟ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଦର୍ଶାଯାଇଛି।

Share