Categories: ଜାତୀୟ

ଲୁଧିଆନା ଜେଲରେ ଗୁଳିକାଣ୍ଡ: ଏସିପି ଆହତ

ଲୁଧିଆନା,୨୭।୬: ପଞ୍ଜାବର ଲୁଧିଆନାରେ ଥିବା ସେଣ୍ଟ୍ରାଲ୍‌ ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ପ୍ରଥମେ ପଥରମାଡ ଓ ପରେ ଗୁଳି ମାଡ ହୋଇଥିଲା। ଏଥିରେ କେତେଜଣ କଏଦି ଆହତ ହୋଇଥିବା ଜଣାପଡିଛି। ଏହାସହ ଏସିପି ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ କଏଦୀଙ୍କୁ କାବୁ କରିବା ଲାଗି ଲୁହବୁହା ଗ୍ୟାସ ଛଡାଯିବା ସହ ଜେଲ ପରିସରକୁ ପୋଲିସ ଘେରି ରହିଛି। ଏହାସହ ଆକ୍ରମଣକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ କେତେଜଣ କଏଦୀ ଫେରାର ହେବାକୁ ଚେଷ୍ଟା କରିଥିବା ବେଳେ ପୋଲିସ କିନ୍ତୁ ସେମାନଙ୍କୁ ଧରି ନେଇଥିବା କୁହାଯାଏ।

Share