ଲୁଣ କମ୍‌ ଖାଉଛନ୍ତି କି… ଦେଖାଯାଇପାରେ ଏସବୁ ସମସ୍ୟା

ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଆପଣ ଜାଣିଥିବେ। ଏ ନେଇ ଅଧିକାଂଶ ଲୋକ କମ୍‌ ଲୁଣ ଖାଉଥିବା ବେଳେ କେହି କେହି ଲୁଣ ଖାଇ ନ ଥାନ୍ତି। ମାତ୍ର ଜାଣି ଆଶ୍ଚର୍ଯ୍ୟ ହେବେ କମ୍‌ ଲୁଣ ଖାଇଲେ ମଧ୍ୟ ମଧୁମେହ, କୋଲେଷ୍ଟରଲ ଭଳି ସମସ୍ୟା ନିୟନ୍ତ୍ରଣରେ ରହି ନ ଥାଏ। ତେବେ ଜାଣନ୍ତୁ କମ୍‌ ଲୁଣ ଖାଇଲେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ…

ରକ୍ତଚାପ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଅଧିକ ଲୁଣ ଖାଇଲେ ଯେପରି ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। ସେହିପରି କମ୍‌ ଲୁଣ ଖାଇଲେ ନିମ୍ନ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ।

ମଧୁମେହ: ଲୁଣରେ ପ୍ରଚୁର ପରିମାଣରେ ସୋଡିୟମ ରହିଥାଏ। ଏହାକୁ କମ୍‌ ଖାଇବା ଫଳରେ ଶରୀରରେ ସୋଡିୟମ୍‌ର ମାତ୍ରା କମ୍‌ ହୋଇଥାଏ। ଫଳରେ ଟାଇପ୍‌ ଟୁ ମଧୁମେହ ସମସ୍ୟା ହେବାର ଆଶଙ୍କା ରହିଥାଏ। ଅନେକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି କମ୍‌ ଲୁଣ ଇନ୍‌ସୁଲିନ୍‌ ସହ ଜଡିତ। କମ୍‌ ଲୁଣ ଖାଇବା ଫଳରେ ଶରୀରରେ ଇନ୍‌ସୁଲିନ୍‌ ମାତ୍ରା କମ୍‌ ହୋଇଥାଏ।

କୋଲେଷ୍ଟରଲ: ଆମେରିକା ଜର୍ନାଲ୍‌ରେ ସ୍ଥାନ ପାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କମ୍‌ ଲୁଣ ଖାଇଲେ କୋଲେଷ୍ଟରଲ ସମସ୍ୟା ହୋଇଥାଏ ।

ଅଳସୁଆ: ଅଧିକ ଶାରୀରିକ ପରିଶ୍ରମ କରୁଥିବା ଲୋକଙ୍କୁ ଯେପରି ଠିକ୍‌ ମାତ୍ରାରେ ଲୁଣର ଆବଶ୍ୟକ ରହିଛି ସେହିଭଳି କମ୍‌ ଲୁଣ ଖାଉଥିବା ଲୋକଙ୍କଠାରେ ଅଳସୁଆ ସମସ୍ୟା ଦେଖାଯାଇଥାଏ।