ଲୁଚିଲୁଚି ବାହା ହୋଇଥିଲେ ଏହି ଯୋଡ଼ି

ବଲିଉଡ୍‌ର ଅନେକ ଯୋଡ଼ି ଲୁଚି ଲୁଚି ବାହା ହୋଇଛନ୍ତି। ଏମିତି ଏକ ଯୋଡ଼ି ହେଉଛନ୍ତି ଊର୍ମିଳା ମାତେଣ୍ଡକର ଏବଂ ମହସିନ୍‌ ଅଖତର୍‌। ୨୦୧୬ରେ ଊର୍ମିଳା ତାଙ୍କ କଶ୍ମୀର ବୟଫ୍ରେଣ୍ଡ ମହସିନ୍‌ଙ୍କୁ ଲୁଚି ଲୁଚି ବାହା ହୋଇଯାଇଥିଲେ। ବିବାହ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେହିପରି ମନୋଜ ବାଜପେୟୀ ଏବଂ ଅଭିନେତ୍ରୀ ନେହାଙ୍କ ବିବାହ ମଧ୍ୟ ଗୁପ୍ତରେ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ଦୀର୍ଘଦିନ ଲୁଚାଛପା ରିଲେସନଶିପ୍‌ ଚାଲିବା ପରେ ୨୦୦୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share