ଲୁଚିଛପି ବାହାହେଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ। ନିଜ ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ ହେଉ ଏହି ନାୟିକା ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏଥର କିନ୍ତୁ କ୍ୟାଟ୍ରିନାଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ତାଙ୍କ ଫ୍ୟାନମାନେ ବିଗିଡି ଯାଇଛନ୍ତି। ଉକ୍ତ ଭିଡିଓରେ କ୍ୟାଟ୍ରିନା ବଧୂବେଶରେ ସଜେଇ ହେବା ସହ ହେଭି ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି। ହେଲେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛିି ଯଦି କ୍ୟାଟ୍ରିନା ବିବାହ କରିଛନ୍ତି ତେବେ କାହାକୁ ବିବାହ କରିଛନ୍ତି। କାରଣ ଉକ୍ତ ଭିଡିଓରେ ସେମିତି ଅଧିକ କିଛି ନଜର ଆସୁନାହିଁ। ଏବେ କିନ୍ତୁ ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନଙ୍କର ହୃଦୟ ଭାଙ୍ଗି ଯାଇଛି ବୋଲି କୁହାଯାଉଛି। କାରଣ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଏହା କେବେକାର ଓ କେତେବେଳର ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ।

Share