ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଚଳିତ ବର୍ଷ ଏମାନେ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏହାକୁ ନେଇ ବରୁଣ କିମ୍ବା ନତାଶା କେବେ ମୁହଁ ଖୋଲି ନ ଥିଲେ। ଏବେ କିନ୍ତୁ ଶୁଣିବାକୁ ମିଳିଛି କି ଏମାନେ ୨୦୧୮ରେ ଲୁଚିଛପି ବିବାହ କରିଛନ୍ତି। ଆଉ ଏଥିରେ କେବଳ ଉଭୟ ପରିବାର ସଦସ୍ୟଙ୍କ ବ୍ୟତୀତ ଆଉ କେହି ଯୋଗ ଦେଇ ନ ଥିଲେ। ଏମିତିକି ଏହି ଖବର କାହାକୁ ଜଣା ବି ନ ଥିଲା। ଏବେ ଏହି ଖବର ଆଲୋଚନାର ବିଷୟ ପାଲଟିଛି ସତ ହେଲେ ଏହାକୁ ନେଇ ବରୁଣ କି ନତାଶା କିଛି ସ୍ପଷ୍ଟ କରି ନ ଥିବାରୁ ଏବେବି ଏହି ଖବରକୁ ନେଇ ଦ୍ୱନ୍ଦ୍ୱ ରହିଛି। ହେଲେ ବରୁଣ କରନ ଜୋହରଙ୍କ କାର୍ଯ୍ୟକ୍ରମ ହେଉ ଅବା ଯେଉଁସବୁ କାର୍ଯ୍ୟକ୍ରମକୁ ଯାଆନ୍ତି ତାଙ୍କ ସହ ନତାଶାଙ୍କୁ ଦେଖିବାକୁ ମିଳିଥାଏ। ତେଣୁ ଏବେ ଏହି ବିବାହକୁ ନେଇ ବରୁଣଙ୍କ ପ୍ରଶଂସକମାନେ ଅଡୁଆରେ ପଡିଯାଇଛନ୍ତି।

Share