ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ ଜିଲା ଆସିକାରେ ୮ ଜଣଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେମାନେ ହେଲେ ଗୟା ପରିଡ଼ା, ଅଶୋକ କୁମାର ସାହୁ, ଖଲିଆ ସୁବୁଦ୍ଧି, ପବିତ୍ର କୁମାର ବେହେରା, ସୀମାଞ୍ଚଳ ବେହେରା, ଦୀପକ ମୁନି, ଗିରିବାକୁ ଆଚାରି ଓ ବିଶ୍ୱନାଥ ମହାନ୍ତି। ଏମାନେ ଚା’ ଜଳଖିଆ ଓ ଥଣ୍ଡାପାଣି ଦୋକାନ ଲୁଚାଛପାରେ ଚଲାଇଥିବା ବେଳେ ସାଦାପୋଷାକଧାରୀ ପୋଲିସ ଗ୍ରାହକ ଭାବେ ପହଞ୍ଚି ସେମାନଙ୍କୁ ଗିରଫ କରିଛି।