ଲୁଚାଇଥିଲେ ଜୁହି

ଜୁହି ଚାଓ୍ବଲାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍‌ ସେ କୟାମତ ତକ୍‌’ରୁ। କେବଳ ସେତିକି ନୁହେଁ, ଏହି ଫିଲ୍ମରୁ ଆମୀର ଖଁ। ପ୍ରଥମ ଥର ପାଇଁ ନାୟକ ସାଜିଥିଲେ। ଟିନ୍‌ ଏଜ୍‌ ଲଭ୍‌ଷ୍ଟୋରିକୁ ନେଇ ପ୍ରସ୍ତୁତ ଫିଲ୍ମଟି ସୁପରଡୁପର ହିଟ୍‌ ହୋଇଥିଲା। ତା’ପରେ ଜୁହି ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମାରେ ଅଭିନୟ କରିଥିଲେ। ୧୯୯୬ରେ ସେ ପ୍ରଯୋଜକ ଜୟ ମେହେତାଙ୍କୁ ବିବାହ କରିଥିଲେ। ସେ ସମୟରେ ଯଦିଓ ଦୁହିଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଆଲୋଚନା ହୋଇଥିଲା, ହେଲେ ଜୁହି କେବେ ଏହାକୁ ସ୍ବୀକାର କରି ନ ଥିଲେ। ତାହାର କାରଣ କ’ଣ ଥିଲା ସେ ନେଇ ନିକଟରେ ସେ ମୁହଁ ଖୋଲିଛନ୍ତି। ‘ସେତେବେଳେ ମୋ କ୍ୟାରିୟର ପିକ୍‌ଅପ୍‌ରେ ଥିଲା। ଯଦି ମୁଁ ସେ ସମୟରେ ଏ ବିଷୟରେ ସୂଚନା ଦେଇଥାଆନ୍ତି ହୁଏତ ତାହାର ପ୍ରଭାବ ମୋ କ୍ୟାରିୟର ଉପରେ ପଡ଼ିଥାଆନ୍ତା। ଯାହାହେଉ ପରେ ସେପରି କିଛି ହୋଇ ନ ଥିଲା। ତା’ପରେ କେତୋଟି ସିନେମାରେ ରୋଲ୍‌ କରିବା ପରେ ମୁଁ ପରିବାର ପ୍ରତି ଅଧିକ ସମୟ ଦେଇଥିଲି ବୋଲି କହନ୍ତି ଜୁହି।’

Share