ଲୁଙ୍ଗି ପିନ୍ଧି ପରଦାକୁ ଆସିବେ ଖିଲାଡି କୁମାର

ବଲିଉଡରେ ଆଜିକାଲି ଅକ୍ଷୟ କୁମାରଙ୍କ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପର୍‌ହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟ ନିଜ ଆଗାମୀ ସିନେମା ‘ବଚନ୍‌ ପାଣ୍ଡେ’ରେ ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଅକ୍ଷୟ ମଥାରେ ତିଳକ ଏବଂ ଲୁଙ୍ଗି ପିନ୍ଧିଥିବା ପୋଷ୍ଟରରେ ନଜର ଆସୁଛନ୍ତି। ଫରହାଦ ସାମଜୀ ଫିଲ୍ମର ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅକ୍ଷୟଙ୍କ ଭୂମିକା ଦମ୍‌ଦାର ଥିବା ଜଣାପଡିଛି। ସାଜିଦ୍‌ ନାଡିଆଓ୍ବାଲା ଫିଲ୍ମଟିର ପ୍ରଯୋଜନା କରିଛନ୍ତି। ଅକ୍ଷୟଙ୍କ ଅଭିନୀତ ‘ମିଶନ୍‌ ମଙ୍ଗଲ୍‌’ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ୍‌ ହେବ।

Share