Categories: ଜାତୀୟ

ଲିଭୁଥିବା ଲଣ୍ଠନ ପାଇଁ ମାନସ ମନ୍ଥନ କରିବେ ରାବ୍ରୀ

ପାଟନା,୨୬।୫: ଲୋକ ସଭା ନିର୍ବାଚନରେ ବିହାରରେ ଲାଲୁ ଯାଦବଙ୍କ ଆରଜେଡି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ରାଜ୍ୟର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୩୯ଟି ଏନଡିଏ ଖାତାକୁ ଯାଇଛି। ସେହିଭଳି ଗୋଟିଏ ଆସନ କଂଗ୍ରେସ ହାତେଇଛି। ଏଠାରେ ବ୍ୟାଟିଂ ପୂର୍ବରୁ ଆର୍‌ଜେଡି ବୋଲ୍ଡ ହୋଇଯାଇଛି। ୧୯୯୭ରେ ଆରଜେଡି ଗଠନ ହେବା ପରଠାରୁ ଏଭଳି ଦୁର୍ଗତୀ ଦଳ କେବେ ମଧ୍ୟ ଦେଖି ନ ଥିଲା। ରାଜ୍ୟରେ ଲାଲୁଙ୍କ ଲଣ୍ଠନ ଧିରେ ଧିରେ ଲିଭିବାକୁ ବସିଛି। ତେବେ ଏନେଇ ମହାମେଣ୍ଟ ସଦସ୍ୟଙ୍କ ମଧ୍ୟରେ ବିଚାର ବିମର୍ଷ ପାଇଁ ମେ ୨୮ରେ ୧୦ ସର୍କୁଲାର ରୋଡ୍‌ ସ୍ଥିତ ରାବ୍ରୀ ଦେବୀଙ୍କ ବାସଭବନରେ ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ମେଣ୍ଟ ସଦସ୍ୟଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିବା କୁହାଯାଉଛି। ସେହିପରି ମେ ୨୯ରେ ଆର୍‌ଜେଡି ବିଧାନମଣ୍ଡଳ ସଦସ୍ୟଙ୍କର ଏକ ବୈଠକ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Share