ଲିପ୍‌ଷ୍ଟିକ୍‌ ଲଗାଇବା ଯୋଗୁ ହୋଇପାରେ ଏହିସବୁ ସମସ୍ୟା

ଚେହେରାର ସୌନ୍ଦର୍ଯ୍ୟ ପାଇଁ ଓଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଓଠର ଆକର୍ଷଣ ପାଇଁ ଲିପ୍‌ଷ୍ଟିକ୍‌ର ବହୁତ ବଡ଼ ଯୋଗଦାନ ଥାଏ। ସ୍କିନ୍‌ର ରଙ୍ଗ ଅନୁସାରେ ଓ ଠିକ୍‌ ଭାବରେ ଲଗାଯାଇଥିବା ଲିପ୍‌ଷ୍ଟିକ୍‌ ଚେହେରାରେ ସୁନ୍ଦରତା ସହିତ ମହିଳାଙ୍କ ବ୍ୟକ୍ତିତ୍ୱକୁ ଦ୍ୱିଗୁଣିତ କରେ। କିନ୍ତୁ ଲିପ୍‌ଷ୍ଟିକ୍‌ ଲଗାଇବା ଦ୍ୱାରା କିଛି ସମସ୍ୟାକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଗବେଷଣାରୁ ଜଣାଯାଇଛି ଯେ, ଯେଉଁ ମହିଳାମାନେ ଲିପ୍‌ଷ୍ଟିକ୍‌ ଅଧିକ ବ୍ୟବହାର କରନ୍ତି ସେମାନଙ୍କୁ ସ୍କିନ୍‌ ରୋଗ ଅଧିକ ହେବାର ସମ୍ଭାବନା ଥାଏ। ସେମାନଙ୍କର ଖାଦ୍ୟ ମାଧ୍ୟମରେ ସ୍କିନ୍‌ ଲିପ୍‌ଷ୍ଟିକ୍‌ର କିଛି ଅଂଶ ଶରୀର ଭିତରକୁ ଚାଲିଯାଏ ଓ ଶରୀରର କ୍ଷତି କରିଥାଏ। ଲିପ୍‌ଷ୍ଟିକ୍‌ରେ ତମ୍ବାର ବ୍ୟବହାର ଅଧିକ ହୋଇଥାଏ। ତେଣୁ ଖାଦ୍ୟ ଦ୍ୱାରା ଏହି ରସାୟନ ପଦାର୍ଥ ଶରୀର ଭିତରକୁ ଚାଲିଯାଏ ଓ ଭିତର ଅଙ୍ଗମାନଙ୍କୁ ପ୍ରଭାବିତ କରିଥାଏ। ଏଥିରେ ମିଳିଥିବା କେଡ଼ିଏମ୍‌ କିଡ଼୍‌ନୀକୁ ଖରାପ କରିବାରେ ସମ୍ଭାବନା ଅଧିକ ଥାଏ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଉପତ୍ନ୍ନ ହୁଏ। ଏକ ଆମେରିକା ପତ୍ରିକା ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଲିପ୍‌ଷ୍ଟିକ୍‌ରେ ୫୫ ପ୍ରତିଶତ ବିଷାକ୍ତ ତତ୍ତ୍ୱ ରହିଛି। ଏହି ପରୀକ୍ଷାରେ ୨୨ଟି ବ୍ରାଣ୍ଡର ଲିପ୍‌ଷ୍ଟିକ୍‌କୁ ଅଧ୍ୟୟନରେ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri