Posted inଖେଳ

ଲିଜେଣ୍ଡ୍ସ ମ୍ୟାଚ ଖେଳିବେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୪।୮ (କ୍ରୀଡ଼ା ପ୍ରତିନିଧି):୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୭ମ ସଂସ୍କରଣ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ ଗୁଡ଼ିକ ଭୁବନେଶ୍ୱର ସମେତ ୩ଟି ଭେନ୍ୟୁରେ ଖେଳାଯିବ। ଏହାର ଟିକେଟ ଲଞ୍ଚ୍‌ କାର୍ଯ୍ୟକ୍ରମ ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ଲିଜେଣ୍ଡ୍ସ ମ୍ୟାଚ ମଧ୍ୟ ଆୟୋଜନ ହେବ। ଏଥିରେ ଦେଶର ଖ୍ୟାତନାମା ଫୁଟବଲ ଖେଳାଳିମାନେ ଅଂଶଗ୍ରହଣ କରିବେ। ଲିଜେଣ୍ଡ୍ସ ମ୍ୟାଚରେ ଖେଳିବା ସହ ଟିକେଟ ଲଞ୍ଚ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପୂର୍ବତନ ଭାରତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଫିଫା ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଫିଫା ନିମନ୍ତ୍ରଣ ପାଇବା ପରେ ସ୍ବାଭାବିକଭାବେ ଉଲ୍ଲସିତ ହୋଇଛନ୍ତି ଶ୍ରଦ୍ଧାଞ୍ଜଳି। ଫିଫାର ଲିଜେଣ୍ଡ୍ସ ତାଲିକାରେ ଜଣେ ଓଡ଼ିଆ ଝିଅ ସାମିଲ ହୋଇଥିବାରୁ ରାଜ୍ୟ କ୍ରୀଡ଼ା ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟିକେଟ ଲଞ୍ଚ୍‌ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲିଜେଣ୍ଡ୍ସ ମ୍ୟାଚ ସମୟରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ପାଇଁ ଭୁବନେଶ୍ୱର ଭେନ୍ୟୁ ହୋଇଥିବାରୁ ରାଜ୍ୟ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଅନୁଷ୍ଠିତ ହେବ। ଭାରତ, ଆମେରିକା, ମରକ୍କୋ ଓ ବ୍ରାଜିଲ ସାମିଲ ଥିବା ଗ୍ରୁପ୍‌ ‘ଏ’ ମ୍ୟାଚ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
ପ୍ରକାଶ ଯୋଗ୍ୟ ଯେ, ୧୯୯୨ରେ ଓଡ଼ିଶାରେ ପ୍ରଥମଥରପାଇଁ ମହିଳା ଫୁଟବଲ ଆରମ୍ଭ ହେବାବେଳେ ଶ୍ରଦ୍ଧାଞ୍ଜଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ ୩୦ ବର୍ଷ ହେଲା ସେ ନିରବଚ୍ଛିନ୍ନଭାବେ ମହିଳା ଫୁଟବଲ ସହ ଜଡ଼ିତ ଅଛନ୍ତି। ଖେଳାଳିଭାବେ ସେ ଜାତୀୟ ଦଳର ଅଧିନାୟିକା ଦାୟିତ୍ୱ ତୁଲାଇବାପରେ ଜାତୀୟ ଓ ରାଜ୍ୟ ଦଳର କୋଚ୍‌ ଏବଂ ଚୟନକର୍ତ୍ତା ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବାରେ ସକ୍ଷମ ହୋଇଛନ୍ତି। ଲିଜେଣ୍ଡ୍ସ ମ୍ୟାଚ ପାଇଁ ଖେଳିବା ସୁଯୋଗ ପାଇଥିବାରୁ ସେ ନିଜ ବୃତ୍ତିଗତ ସଂସ୍ଥା ନାଲ୍‌କୋ, ରାଜ୍ୟ ସରକାର, ସର୍ବଭାରତୀୟ ଫୁଟବଲ ଫେଡେରେଶନ ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଅନୁସାରେ ଲିଜେଣ୍ଡ୍ସ ମ୍ୟାଚ ପାଇଁ ଶ୍ରଦ୍ଧାଞ୍ଜଳିଙ୍କ ସମେତ ବାଲା ଦେବୀ, ଗୁରପ୍ରୀତ ସିଂ ସାନ୍ଧୁ, ଆଶାଲତା ଦେବୀ, ଜେଜେ ଲାଲପେଖଲୁଆ, ବାଇଚୁଙ୍ଗ ଭୂତିଆ, ମେମୋଲ ରକି, ଜୋ ପଲ୍‌, ଲିଣ୍ଡସେ ତାରପ୍ଲେ, ଅଦିତି ଚୌହାନ, ସୁନୀଲ ଛେତ୍ରୀ, ବେମ୍‌ବେମ୍‌ ଦେବୀ, ମେହରାଜୁଦ୍ଦିନ ଓ୍ବାଡୋ, ବ୍ରୁନୋ କୌଟିନୋ, ସନ୍ତୋଷ, ରେନେଡି ସିଂ, ଆଇ.ଏମ୍‌. ବିଜୟନ ପ୍ରମୁଖଙ୍କୁ ଫିଫା ପକ୍ଷରୁ ଡାକରା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri