ଲିଙ୍ଗରାଜ ମନ୍ଦିର ପାର୍ଶ୍ୱ ସର୍ଭେ ୩ଦିନ ବଢ଼ିଲା

ପୁରୁଣା ଭୁବନେଶ୍ୱର/ ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇଦିନିଆ ସର୍ଭେ ଆରମ୍ଭ ହୋଇଥିଲା। ହେଲେ ଜବରଦଖଲ ସ୍ଥାନ ଚିହ୍ନଟ କରିବାରେ ବହୁ ସମୟ ଲାଗୁଛି। ଦୁଇ ଦିନ ସର୍ଭେରେ ମାତ୍ର ୪୦ ପ୍ରତିଶତ ସ୍ଥାନକୁ ମାପଚୁପ କରାଯାଇଛି। ମନ୍ଦିର ଚତୁଃପାର୍ଶ୍ୱରେ ଆହୁରି ୬୦ ପ୍ରତିଶତ ସର୍ଭେ କାର୍ଯ୍ୟ ବାକି ରହିଛି। ବୁଧବାର ସର୍ଭେ କାର୍ଯ୍ୟ ନ ସରିବାରୁ ଆଉ ୩ଦିନ ବଢ଼ାଇ ଦିଆଯାଇଛି । ମାପଚୁପ ସରିଲେ ଜବରଦଖଲ ସଂକ୍ରାନ୍ତ ସବିଶେଷ ବିବରଣୀ ଜିଲା ପ୍ରଶାସନ ଓ ଭୁବନେଶ୍ୱର ଉନ୍ନୟକ କର୍ତ୍ତପକ୍ଷ (ବିଡିଏ)କୁ ଦିଆଯିବ। ଏହାପରେ ବୈଠକ ବସି ଚୁଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ସିଂହଦ୍ୱାର ନିକଟରେ ସର୍ଭେ କାର୍ଯ୍ୟ ହୋଇଥିବାବେଳେ ବୁଧବାର ବିନ୍ଦୁସାଗର ଓ କୋଟିତୀର୍ଥ ଲେନ୍‌ରେ ସର୍ଭେ କାର୍ଯ୍ୟ କରାଯାଇଥିଲା। ଲଗାତାର ବର୍ଷା ହେବାରୁ ଏଥିରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ପ୍ରଥମଦିନ ପରି ଦ୍ୱିତୀୟ ଦିନରେ ସର୍ଭେ କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିଲା। ଏହି କାର୍ଯ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ଅରୁଣ କୁମାର ବେହେରା, ମନ୍ଦିର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କ ସମେତ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ବିଭାଗ, ମନ୍ଦିର ପ୍ରଶାସନ, ରାସ୍ତା ଏବଂ କୋଠାବାଡି ବିଭାଗ ପକ୍ଷରୁ ଗଠିତ ମିଳିତ ଟିମ୍‌ର ଅଧିକାରୀ, ଜଣେ ଅମିନ, ଜଣେ ଆର୍‌ଆଇ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ମନ୍ଦିର ପାର୍ଶ୍ୱରେ ଥିବା ବହୁ ସରକାରୀ ତଥା ମନ୍ଦିର ଜମି ଜବରଦଖଲରେ ରହିଛି। ଉଠାଦୋକାନୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଏଠାରେ ଜବରଦଖଲ କରିଛନ୍ତି। ଫଳରେ ଟ୍ରାଫିକ ଜାମ୍‌ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ସର୍ଭେରେ ସରକାରୀ, ଘରୋଇ ଓ ମନ୍ଦିର ଜମି ସହ ଆଖପାଖରେ ରହିଥିବା ଜବରଦଖଲକୁ ଚିହ୍ନଟ କରାଯାଉଛି। ଚିହ୍ନଟ କରାଯାଇ ସେଠାରେ ହଳଦିଆ ରଙ୍ଗର ଚିହ୍ନ ଲଗାଯାଉଛି। ତେବେ ଖାଲି ମନ୍ଦିର ନୁହେଁ, ବିନ୍ଦୁ ସାଗର ନିକଟରେ ମଧ୍ୟ ସର୍ଭେ କରାଯିବ। ସର୍ଭେ ପରେ ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ଜବରଦଖଲ ହଟାଯିବ ବୋଲି ମିଳିତ ଟିମ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri