ଲିଙ୍ଗରାଜ ମନ୍ଦିରରେ ବସିଲା ଚିଲ: ସେବାୟତ ଆତଙ୍କିତ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଉପରେ ହଠାତ ଏକ ମାଟିଆ ଚିଲ ବସି ରହିବା ଘଟଣାକୁ ନେଇ ସେବାୟତମାନେ ଆତଙ୍କିତ ହୋଇଛନ୍ତି । ଶନିବାର ଅପରାହ୍ନରେ ଏକ ମାଟିଆ ଚିଲ ଦୀର୍ଘ ସମୟ ଧରି ମନ୍ଦିର ଚୂଡ଼ା ଉପରେ ଘୁରି ବୁଲିଥିଲା। ମହାପ୍ରଭୁ ବାନା ଚତ୍ରୁ ପାଶ୍ୱର୍ରେ ଘୁରିବା ପରେ ମନ୍ଦିର ଉପରେ ବସି ରହିବା ସହ ବିକଟାଳ ରଡି ଛାଡିଥିଲା। ଏହି ଚିଲ୍ଲଟି କେଉଁଆଡେ ନ ଯାଇ ବିଳମ୍ବିତ ସନ୍ଧ୍ୟାଯାଏ ମନ୍ଦିର ଉପରେ ଥିବା ପତାକା ଉପରେ ବସି ରହିଥିଲା। ଚିଲ୍ଲର ଆର୍ବୀଭାବକୁ ଦେଖି ମନ୍ଦିରରେ ଉପସ୍ଥିତ ସେବାୟତମାନେ ଚକିତ ହୋଇପଡିଥିଲେ। ଆଗରୁ ଏହା ଘଟିନଥିବା ବେଳେ ହଠାତ ଏ ସମୟରେ ଚିଲ୍ଲ ବସିବାକୁ ଅଶୁଭ ସଂକେତ ବୋଲି ସେବାୟତମାନେ ଆଶଙ୍କା ପ୍ରକଟ କରୁଛନ୍ତି।
ଏଠାରେ ଉଲ୍ଲେଖ ଥାଉ କି,କୋରନା ପ୍ରଭାବକୁ ଦେଖି ପ୍ରଶାସନ ଚଳିତ ବର୍ଷ ମହାପ୍ରଭୁଙ୍କ ରୁକୁଣା ରଥକୁ ସ୍ଥଗିତ କରିଥିଲେ। ଯାହାକୁ ନେଇ ସେବାୟତମାନେ ମନ୍ଦିରରରେ ପୂଜା ନିତିରେ ଭାଗ ନେଇ ନ ଥିଲେ। ମନ୍ଦିର ନିତିକ୍ରାନ୍ତି ବନ୍ଦ ରହିଥିବା ବେଳେ କେତେକ ସେବାୟତମାନେ ତୁଳସୀ ଦେଇ ମହାପ୍ରଭୂଙ୍କ ପୂଜାନୀତି କରୁଛନ୍ତି। ଏହି ସମୟରେ ପୂଜାନୀତି ବିଭ୍ରାଟ ହେବା ଫଳରେ ଆଗକୁ ବଡ଼ ବିପଦ ଆସୁଥିବା ସେବାୟତ ମାନେ ଆଶଙ୍କା କରିଛନ୍ତି। ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ଚୂଡାନ୍ତ ହୋଇଥିବା ବେଳେ ପରମ୍ପରା ଭାଙ୍ଗି ଏହାକୁ ବନ୍ଦ କରାଯିବା ଘଟଣାକୁ ବିଭିନ୍ନ ସମାଲୋଚନା କରାଯାଉଛି। ବିଶେଷ କରି ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ସମୟରେ ସାମାଜିକ ଦୂରତା ରହି ନଥିଲା। ହେଲେ ପରେ ମଧ୍ୟ ପୂଜାନୀତି ହେଲାନି। ଏହି ସମୟରେ 48 ଘଣ୍ଟା ସଟ ଡାଉନ ଫଳରେ ଏବେ ରଥର ଘୋଡା ଏବଂ ଡାହୁକ ବାହାରେ ରହିଥିବା ଦେଖିବାକୁ ମିଳିଛି। ସଟ ଡାଉନ ଫଳରେ ମନ୍ଦିରଚାରିପଟେ ପୁରା ଖାଁ ଖାଁ ଲାଗୁଛି।