ଲିଙ୍ଗଗତ ଅସମାନତା ଉପରେ ଲଣ୍ଡନରେ ପିଜି କରୁଛନ୍ତି ଶ୍ୱେତରୂପା

ପାରାଦୀପ,୩ା୩(ସ୍ବ.ପ୍ର.): ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ମେଧାବୀ ଛାତ୍ରୀ ଶ୍ୱେତରୂପା ମିଶ୍ର ଏବେ ଲଣ୍ଡନର ସୋଆସ(ସ୍କୁଲ ଅଫ୍‌ ଓରିଏଣ୍ଟାଲ ଆଣ୍ଡ୍‌ ଆଫ୍ରିକାନ୍‌ ଷ୍ଟଡିଜ) ବିଶ୍ୱବିଦ୍ୟାଳୟରେ ପିଜି କରୁଛନ୍ତି। ଲିଙ୍ଗଗତ ଅସମାନତା ଉପରେ ସେ ଭାରତର ଏକମାତ୍ର ଛାତ୍ରୀ ଭାବେ ଲଣ୍ଡନର ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଇଛନ୍ତି ବୋଲି ବାପା ସତ୍ୟନାରାୟଣ ମିଶ୍ର କହିଛନ୍ତି। ଶ୍ୱେତରୂପାଙ୍କ ଏହି ସଫଳତା ସମ୍ପର୍କରେ ଇଫ୍‌କୋ କମ୍ପାନୀ ତା’ର ବାର୍ଷିକ ପତ୍ରିକାରେ ପ୍ରମୁଖ ଭାବେ ଖବର ପ୍ରକାଶ କରିଛିି।
ସୂଚନାଯୋଗ୍ୟ, ଶ୍ୱେତରୂପା ପିପିଏଲ ଡିଏଭି ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ କରିଥିଲେ। ଦିଲ୍ଲୀରେ ଥିବାବେଳେ ସେ ଦୁଃଖୀ ଓ ଗରିବ ଲୋକଙ୍କ ସେବାରେ ନିୟୋଜିତ ଥିଲେ। ଏଥିସହ ତୃତୀୟ ଲିଙ୍ଗ (କିନ୍ନର)ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିଲେ। ଆମେରିକା ମେକ୍ସିକୋର ଗ୍ଲୋବାଲ ସଂସ୍ଥା ଫେଡେରିକୋ ସାଲାସ ପ୍ରତିଯୋଗିତା ୨୦୨୧ରେ ସେ ଦ୍ୱିତୀୟ ସ୍ଥାନ ପାଇଥିଲେ। ଏମିତି ଅନେକ କୃତିତ୍ୱ ହାସଲ କରିବା ପରେ ଲଣ୍ଡନର ସୋଆସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ୱେତରୂପାଙ୍କୁ ପଢ଼ିବା ପାଇଁ ସୁଯୋଗ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ତାଙ୍କୁ ଚୟନ କରାଯାଇଥିବା ବେଳେ ଏଥିପାଇଁ କୌଣସି ଫି’ ଦେବାକୁ ପଡ଼ୁନାହିଁ ବୋଲି ବାପା ସତ୍ୟନାରାୟଣ କୁହନ୍ତି। ବାପା ଇଫ୍‌କୋ କମ୍ପାନୀର ପ୍ରଶାସନିକ ଅଧିକାରୀ ଥିବାବେଳେ ମା’ ରୀନା ମହାପାତ୍ର ପିପିଏଲ୍‌ ଡିଏଭି ସ୍କୁଲର ବିଜ୍ଞାନ ବିଭାଗର ଅଧ୍ୟାପିକା। ତାଙ୍କ ପୈତୃକ ଗ୍ରାମ ଅନୁଗୋଳର ସଟରାଙ୍ଗ। ଆଗକୁ ଶ୍ୱେତରୂପା ମୂକ, ବଧିର ଭଳି ଭିନ୍ନକ୍ଷମ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri