ଲାହୋର ବିଶ୍ୱର ତୃତୀୟ ପ୍ରଦୂଷିତ ସହର: ଇମ୍ରାନ୍‌

ଇସ୍‌ଲାମାବାଦ,୨୫।୧୧: ଦିନେ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ତା’ର ଅସ୍ଥିତ୍ୱକୁ ଚିହ୍ନିବା ଆରମ୍ଭ କରିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ନୂଆଦିଲ୍ଲୀ ଅପେକ୍ଷା ଲାହୋର ଅଧିକ ପ୍ରଦୂଷିତ ସହର। ଏମିତିକି ବିଶ୍ୱର ପ୍ରଦୂଷିତ ସହର ମଧ୍ୟରେ ଲାହୋରର ସ୍ଥାନ ତୃତୀୟ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଏହି ପ୍ରଦୂଷଣ ବୟସ୍କ ଓ ଶିଶୁଙ୍କ ଜୀବନହାନୀର କାରଣ ପାଲଟୁଛି ବୋଲି ସେ କହିଛନ୍ତି। ଗୁଳି ବାଜିଲେତ ଜଣେ ଏକାଥରେ ମରିଯାଏ ହେଲେ ପ୍ରଦୂଷଣ ସାଇଲେଣ୍ଟ କିଲର୍‌। ଇସ୍‌ଲାମାବାଦଠାରେ ଅୟୋଜିତ କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ ପାକିସ୍ତାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆହ୍ଲା କହୁଥିଲେ ତୁମେ ଅଲଗା ବିଶ୍ୱ ପାଇଁ ଜୀବିତ ରୁହ। ଯଦି ଅନ୍ୟ ବିଶ୍ୱପାଇଁ ତୁମେ କିଛି କରିଥିବ ତେବେ ସେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମକୁ ମନେ ରଖିଥିବେ। ହେଲେ ଏବେ ପରିବେଶ ଯେଉଁ ପରିସ୍ଥିତିରେ ପହଞ୍ଚିଲାଣି ଅଲଗା ବିଶ୍ୱ କଥା ଚିନ୍ତା କରିବା କଷ୍ଟକର ବ୍ୟାପାର। ତେଣୁ ଏବେଠାରୁ ଯଦି ପରିବେଶ ଏତେ ପରିମାଣରେ ଦୂଷିତ ହୋଇଗଲାଣି ପରମାଣୁ ଆକ୍ରମଣ ପରେ ଏହାର ଅବସ୍ଥା କେତେ ଶହ ବର୍ଷ ପାଇଁ ଖରାପ ହୋଇଯିବ ତାହା ପାକିସ୍ତାନ ଚିନ୍ତା କରିବା ଆବଶ୍ୟକ।

Share