ଲାଞ୍ଚ ମାମଲାର ଖୋଳତାଡ଼: ସମ୍ପତ୍ତି ବିବରଣୀ ଦେଇନାହାନ୍ତି ବିଜୟ କେତନ

କଟକ ଅଫିସ,୧୮।୫: ଏକଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ପରେ ଜାମିନରେ ମୁକୁଳିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ସମ୍ପତ୍ତି ବିବରଣୀର ଖୋଳତାଡ଼ କରୁଛି ଭିଜିଲାନ୍ସ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବାବେଳେ ବିଜୟ ନିଜ ସମ୍ପତ୍ତି ନେଇ କେଉଁ ସବୁ ତଥ୍ୟ ବିଭାଗକୁ ଦେଇଛନ୍ତି, ତାହା ଜଣାଇବାକୁ ଭିଜିଲାନ୍ସ ଚିଠି କରିଥିଲା। ଏହାର ଜବାବରେ ବିଭାଗ କହିଛି, ସମ୍ପତ୍ତି ବିବରଣୀ ନେଇ ବିଜୟ କୌଣସି ପ୍ରକାର ତଥ୍ୟ ଦେଇନାହାନ୍ତି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୧ରେ ଭିଜିଲାନ୍ସ ଉଦ୍ୟାନ କୃଷି ବିଭାଗକୁ ଚିଠି କରିଥିଲା। ବିଜୟ କେତନ ଓ ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ବିବରଣୀ, ସ୍ତ୍ରୀଙ୍କ ପେସା ସମ୍ପର୍କରେ ଏଥିରେ ତଥ୍ୟ ମଗାଯାଇଥିଲା। ଜବାବରେ ବିଭାଗ ସୂଚନା ଦେଇଛି ଯେ, ବିଜୟ ୨୦୧୮ ଅଗଷ୍ଟ ୨୦ରୁ ୨୦୧୯ ଡିସେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହି ସମୟ ଭିତରେ ତାଙ୍କର ମୂଳ ଦରମା ୧୭ ଲକ୍ଷ ୬୦ ହଜାର ୯୩୫ ଟଙ୍କା ହେଉଥିବା ବେଳେ ସେଥିରୁ ସେ ପାଇଥିଲେ (ନେଟ୍‌ ଦରମା) ୧୪ ଲକ୍ଷ ୩୫ ହଜାର ୮୩୦ ଟଙ୍କା। କାର୍ଯ୍ୟକାଳ ଭିତରେ ସେ ଆଡଭାନ୍ସରେ ଜିପିଏଫ୍‌ରୁ ଟଙ୍କା ନେଇନାହାନ୍ତି କିମ୍ବା କୌଣସି ପ୍ରକାର ଋଣ କରିନାହାନ୍ତି। କୌଣସି ପ୍ରକାର ସ୍ଥାବର ସମ୍ପତ୍ତି କିଣିବା ପାଇଁ ମଧ୍ୟ ବିଭାଗୀୟ ଅନୁମତି ନେଇନାହାନ୍ତି। ଏପରି କି ସେ ନିଜର ସମ୍ପତ୍ତି ବିବରଣୀ ବିଭାଗ ପାଖରେ ଦାଖଲ କରିନାହାନ୍ତି। ତାଙ୍କ ସ୍ତ୍ରୀ ଘରୋଇ ବ୍ୟବସାୟରେ ଥିବା ନେଇ ସେ ବିଭାଗକୁ କୌଣସି ପ୍ରକାର ଅବଗତ କରିନାହାନ୍ତି। ୨୦୧୮ ଅଗଷ୍ଟରେ ତାଙ୍କର ମାସିକ ମୂଳ ଦରମା ୭୬ ହଜାର ୬୫୮ ଟଙ୍କା ଥିଲା। ସେପ୍ଟେମ୍ବରରୁ ତାଙ୍କ ମୂଳ ଦରମା ବଢ଼ି ୯୧ ହଜାର ୪ଶହ ଟଙ୍କା ହୋଇଥିଲା ବୋଲି ଭିଜିଲାନ୍ସକୁ ତଥ୍ୟ ଦେଇଛି ଉଦ୍ୟାନ କୃଷି ବିଭାଗ। ଉଲ୍ଲେଖଯୋଗ୍ୟ, ଲାଞ୍ଚ ନେଉଥିବା ଅଭିଯୋଗରେ ବିଜୟ କେତନଙ୍କୁ ଗତ ଡିସେମ୍ବର ୩୦ରେ ଭିଜିଲାନ୍ସ ଗିରଫ କରିଥିଲା। ଖୋଳତାଡ଼ ବେଳେ ୨୦୧୨ରୁ ୨୦୧୯ ମଧ୍ୟରେ ୩ଟି ବ୍ୟାଙ୍କରେ ୭୦ ଲକ୍ଷ ଟଙ୍କା ଉପାଧ୍ୟାୟଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଥିଲା। ସେଥିରୁ ୨୨ ଲକ୍ଷ ଟଙ୍କା ଉପାଧ୍ୟାୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଜମା ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri