Categories: ଜାତୀୟ

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ ଏହି ମାମଲାରେ ଅଭିଯୁକ୍ତ ଗ୍ରାମ ବିକାଶ ଅଧିକାରୀ ଏବଂ ଗ୍ରାମ ପ୍ରଧାନଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଶାହଜାହାଁପୁର ଅଞ୍ଚଳର ବେଲା ଗାଁର ପଓ୍ବନ କୁମାର ତାଙ୍କର ୪ ବର୍ଷର ପୁତୁରା ଶୁଭ ଏବଂ ୨ ବର୍ଷ ବୟସ୍କ ପୁତୁରା ସଙ୍କେତଙ୍କ ଜନ୍ମ ପ୍ରମାଣ ପତ୍ର ପାଇଁ ଅନ୍‌ ଲାଇନ୍‌ରେ ଆବେଦନ କରିଥିଲେ। ତେବେ ଏନେଇ ଗ୍ରାମ ବିକାଶ ଅଧିକାରୀ ସୁଶୀଲ ଚନ୍ଦ୍ର ଅଗ୍ନିହୋତ୍ରୀ ପଓ୍ବନଙ୍କୁୁ ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ମିଳିବାରୁ ଶୁଭଙ୍କର ଜନ୍ମ ତାରିଖ ୨୦୧୬ ଜୁନ୍‌ ୧୩ ପରିବର୍ତ୍ତେ ୧୯୧୬ ଜୁନ୍‌ ୧୩ ଲେଖିଥିଲେ। ସେହିପରି ସଙ୍କେତଙ୍କର ଜନ୍ମ ୨୦୧୮ ଜାନୁୟାରୀ ୬ ବଦଳରେ ୧୯୧୮ ଜାନୁୟାରୀ ୬ ଲେଖିଥିଲେ। ଫଳରେ ଶୁଙଙ୍କର ବୟସ ୧୦୪ ଏବଂ ସଙ୍କେତଙ୍କର ବୟସ ୧୦୨ ବର୍ଷ ହୋଇଯାଇଥିଲା। ଏନେଇ ପଓ୍ବନ ଅଦାଲତର ସହାୟତା ନେଇଥିଲେ। ୨୦୨୦ ଜାନୁୟାରୀ ୧୭ରେ ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବରେଲୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share