Categories: ଜାତୀୟ

ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଲେ

ପାଟନା, ୩୦।୮: ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଲାଞ୍ଚ ନ ଦେବାରୁ ଠିକାଦାରଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣଙ୍କ ହେଲେ ରମାଶଙ୍କର ସିଂ। ହତ୍ୟା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରମାଶଙ୍କରଙ୍କ ପରିବାର ଲୋକଙ୍କ କହିବାଅନୁଯାୟୀ, ଗତ କିଛିଦିନ ହେବ କିଛି ଅସାମାଜିକ ବ୍ୟକ୍ତି ରମାଶଙ୍କରଙ୍କୁ ଲାଞ୍ଚ ମାଗୁଥିଲେ। ସେ ନ ଦେବାରୁ ତାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି।

Share