ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ

କଟକ ଅଫିସ, ୭ା୧- ଅଢେଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ସେବା ସମବାୟ ସମିତି ସମ୍ପାଦକ ହେମନ୍ତ କୁମାର ନାୟକ। ଉକ୍ତ ଥାନା ଅଧୀନ ପଞ୍ଚାଳୋ ଗ୍ରାମର ନିରଞ୍ଜନ ଦାସ ୨୦୦୯ରେ ସମବାୟ ସମିତିରୁ ୮ହଜାର ଟଙ୍କାର ଋଣ ନେଇଥିଲେ। ଋଣ ଦେୟ ଛାଡ଼ କରିବା ପାଇଁ ସମ୍ପାଦକ ନାୟକ ତାଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ। ନିରଞ୍ଜନ ଏ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ମଙ୍ଗଳବାର ନାୟକ ଲାଞ୍ଚ ଟଙ୍କା ନିରଞ୍ଜନଙ୍କଠାରୁ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ।