ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ

ପୁରୀ ଅଫିସ, ୨୫।୨: ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଏବଂ ପିଅନ କବିତା ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମି ପଟ୍ଟା ମ୍ୟୁଟେଶନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କଠାରୁ ସେ ୬୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ପୁରୀ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।