ଲାଇଫ୍‌ଷ୍ଟାଇଲ୍‌ ଆରମ୍ଭ କଲା ‘ରଜ ଷ୍ଟାଇଲ୍‌ ଫେଷ୍ଟ୍‌’

ଭୁବନେଶ୍ୱର, ୪।୬(ବ୍ୟୁରୋ): ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ଲାଇଫ୍‌ଷ୍ଟାଇଲ୍‌ ଷ୍ଟୋର୍‌ ପକ୍ଷରୁ ସହରର ଫ୍ୟାଶନେବୁଲ୍‌ ଯୁବପିଢୀଙ୍କ ପାଇଁ ଏକ ଭିନ୍ନସ୍ବାଦର ଫ୍ୟାଶନ ଶୋ’ ‘ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ୍‌ ଫେଷ୍ଟ୍‌’ ଆୟୋଜିତ ହେବାକୁ ଯାଉଛି। ସୋମବାର ଷ୍ଟୋର୍‌ ପରିସରରେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଏଲିନା ସାମନ୍ତରାୟ ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ ଫେଷ୍ଟ୍‌ର ଶୁଭାରମ୍ଭ କରିଥିଲେ। ଏହାସହ ପ୍ରତିଯୋଗିତାର କ୍ରାଉନ୍‌ ‘ମିସ୍‌ ରଜ ୨୦୧୯’କୁ ସେ ଏହି ଅବସରରେ ଉନ୍ମୋଚନ କରିଥିଲେ।
ଭୁବନେଶ୍ୱରର ଫ୍ୟାଶନପ୍ରେମୀ ମାନଙ୍କୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇଦେବା ଲାଗି ଏହି ଷ୍ଟାଇଲ୍‌ ଫେଷ୍ଟ୍‌ର ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣ କରିବାକୁ ପ୍ରତିଯୋଗୀଙ୍କୁ ଆମନ୍ତ୍ରଣ କରାଯାଇଛି। ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେରେ ଆୟୋଜିତ ହେବାକୁ ଥିବା ର଼୍ୟାମ୍ପ୍‌ୱାକ୍‌ରେ ଲାଇଫ୍‌ଷ୍ଟାଇଲର ନୂଆ ସମ୍ଭାର ଓ ଚଳିତ ସିଜିନ୍‌ର ସମସ୍ତ ସଦ୍ୟତମ ଟ୍ରେଣ୍ଡ୍‌କୁ ପ୍ରଦର୍ଶିତ କରାଯିବ। ଏହାବ୍ୟତୀତ ‘ଲାଇଫଷ୍ଟାଇଲ ରଜ ଷ୍ଟାଇଲ ଫେଷ୍ଟ୍‌’ ଫ୍ୟାଶନେବୁଲ୍‌ ଦମ୍ପତିଙ୍କୁ ମଧ୍ୟ ଏହି ଅବସରରେ ସ୍ବୀକୃତି ପ୍ରଦାନ କରିବ। କାର୍ଯ୍ୟକ୍ରମକୁ ଉନ୍ମୋଚନ କରି ଲାଇଫ୍‌ଷ୍ଟାଇଲ୍‌ ମାର୍କେଟିଂର ସିନିୟର୍‌ ଭାଇସ୍‌ ପ୍ରେସିଡେଣ୍ଟ ଶ୍ରୀନିବାସ ରାଓ କହିଥିଲେ, ଭୁବନେଶ୍ୱର କସ୍‌ମୋପଲିଟାନ ଜୀବନଶୈଳୀ ଏବଂ ଭିନ୍ନ ଧରଣର ଗ୍ରାହକଙ୍କ ପ୍ରତିନିଧିତ୍ୱ କରୁଛି। ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଠ ଫ୍ୟାଶନ କଲେକ୍ସନ ଯୋଗାଇଦେବାକୁ ଲାଇଫ୍‌ଷ୍ଟାଇଲ୍‌ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଲାଇଫଷ୍ଟାଇଲ୍‌ ରଜ ଷ୍ଟାଇଲ ଫେଷ୍ଟ୍‌ ମାଧ୍ୟମରେ ଆମେ ସହରର ଯୁବବର୍ଗଙ୍କ ପାଖରେ ପହଞ୍ଚତ୍ବୁ ଓ ସେମାନଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଭଲ ମଞ୍ଚ ଯୋଗାଇଦେବୁ ବୋଲି ସେ କହିଥିଲେ। ଲାଇଫ୍‌ଷ୍ଟାଇଲ୍‌ ବିଭିନ୍ନ ଲୋକପ୍ରିୟ ଫ୍ୟାଶନ ବ୍ରାଣ୍ଡ୍‌ ଓ ସମସ୍ତ ପ୍ରକାରର ସଦ୍ୟତମ ଟ୍ରେଣ୍ଡ୍‌ ସହ ସ୍ବତନ୍ତ୍ର ସପିଂ ଅନୁଭୂତି ପ୍ରଦାନ କରିଥାଏ ବୋଲି ଅଭିନେତ୍ରୀ ଏଲିନା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ମୃତ୍ୟୁ ନେଲା ନୂଆ ମୋଡ଼: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୫ା୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ବୁଧବାର ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….

କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ…

ବଗିଚାକୁ ଯାଇଥିବା ବେଳେ ଯୁବକଙ୍କୁ ଗୋଡାଇ ଗୋଡାଇ କାମୁଡିଲା ବାର୍‌ହା, ତାପରେ…

ତୁମୁଡିବନ୍ଧ,୫।୩(ଦୀପକ କୁମାର ପରାସେଠ): ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଲଂକାଗଡ଼ ପଞ୍ଚାୟତର ହାତିମୁଣ୍ଡା ଗ୍ରାମରେ…

ମଦ ପିଇ ହୋଲି ଖେଳୁଥିଲେ ଦୁଇ ସାଙ୍ଗ, ନିଶାରେ ଚୂର୍‌ ଥାଇ ଭୁଲିଗଲେ ସବୁକିଛି, ପରେ ଘଟିଲା ଏମିତି…

ଯାଜପୁରରୋଡ୍‌,୫ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲି ହେଲା କାଳ, ରଙ୍ଗ ବୋଳାବୋଳି ସହ ଖୁସିର ପର୍ବ ପରେ ଘରେ ପଡ଼ିଛି କାନ୍ଦବୋବାଳି। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି…

ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ, ବାମ ଗୋଡରେ ଲାଗିଛି…..

ଢେଙ୍କାନାଳ,୫।୩(ରତନ ନାୟର): ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଫରଚ୍ୟୁନର ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁବାର ଛେଣ୍ଡିପଦା ବିଧାୟକ ନିଜ ଗାଡ଼ିରେ ଛେଣ୍ଡିପଦାରୁ…

ଦିଗପହଣ୍ଡିରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ କବିସୂର୍ଯ୍ୟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

୭ରୁ ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ, ଏଥର ମହିଳା ଆଇନଜୀବୀଙ୍କ ପାଇଁ ରହିଛି…

ଭଞ୍ଜନଗର,୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ ମାର୍ଚ୍ଚ ୨୮ରେ ହେବ। ଏଥିପାଇଁ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri