Categories: ଖେଳ

ଲାଇଟ୍ସରେ ପ୍ରାକ୍ଟିସ କରିବ ବିରାଟ ବାହିନୀ

ଇନ୍ଦୋର,୧୨।୧୧- ଭାରତୀୟ ଦଳ ପ୍ରଥମ ଥର ପାଇଁ ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍‌ ଇଡେନ ଗାଡେନ୍ସଠାରେ ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିନେଇ ଟିମ୍‌ ମ୍ୟାନେଜମେଣ୍ଟ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)କୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ପାଇଁ ଲାଇଟ୍ସରେ ପ୍ରାକ୍ଟିସ ବ୍ୟବସ୍ଥା କରିବା ଲାଗି ନିବେଦନ କରାଯାଇଛି। ଏ ନେଇ ଏମ୍‌ପିସିଏ ସମ୍ପାଦକ ମିଲିନ୍ଦ କାନମାଡିକର ସ୍ପଷ୍ଟ କରିଛନ୍ତି। ଲାଇଟ୍ସରେ ପିଙ୍କ୍‌ ବଲରେ ପ୍ରାକ୍ଟିସ ନିମନ୍ତେ ଅନୁରୋଧ କରାଯାଇଛି। ଆମେ ଏହି ବ୍ୟବସ୍ଥା କରିବୁ। ଏଥିନେଇ ମୁଁ ବହୁତ ଉତ୍ସାହିତ ଅଛି। ଏହା କେଉଁ ଭଳି କାର୍ଯ୍ୟ କରିବ ମୋତେ ଜଣା ନାହିଁ। କିନ୍ତୁ ଅଭ୍ୟାସ ସେସନ ପରେ ହିଁ ପିଙ୍କ୍‌ ବଲର ସୁଇଙ୍ଗ ଓ ପ୍ରତ୍ୟେକ ସେସନରେ ବଲରେ ପରିବର୍ତ୍ତନ ସମ୍ପର୍କରେ ଜାଣିପାରିବା ବୋଲି ସେ କହିଛନ୍ତି। ଭାରତୀୟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଦିଲୀପ ଟ୍ରଫିରେ ପିଙ୍କ୍‌ ବଲ ଖେଳିବାର ଅଭିଜ୍ଞତା ରହିଛି।

Share