ଲଭ୍‌ ଲାଇଫ୍‌ କଥା କହିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ଫିଲ୍ମ ବ୍ୟତୀତ ଏକ ସୁଖୀ ଦାମ୍ପତ୍ୟ ଜୀବନଯାପନ କରୁଛନ୍ତି। ସେ ୨୦୧୭ରେ ରଣବୀର ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ରଣବୀର କପୁରଙ୍କ ସହ ଡେଟ୍‌ କରୁଥିଲେ। ସେହି ସମୟରେ ସେ ରଣବୀରଙ୍କ ଦ୍ୱାରା ପ୍ରତାରିତ ହୋଇଥିଲେ। ଯାହା ତାଙ୍କୁ ଖୁବ୍‌ କଷ୍ଟ ଦେଇଥିଲା। ତାଙ୍କ ସହ ଘଟିଥିବା ପ୍ରତାରଣା ଏବଂ ଉଦାସୀନତା ବିଷୟରେ ଦୀପିକା ପୂର୍ବରୁ ଅନେକ ଥର କହି ସାରିଛନ୍ତି। ବର୍ତ୍ତମାନ ସେ ପୁଣି ଏହି କଥା ଦୋହରାଇଛନ୍ତି। ରଣବୀର ତାଙ୍କ ସହ ବିଶ୍ୱାସଘାତକତା କରିଥିବା କହିଛନ୍ତି।
ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି, ପ୍ରଥମେ ଧୋକ୍କା ଦେଲେ ପରେ କ୍ଷମା ମାଗିଲେ। ମୁଁ ତାଙ୍କୁ କ୍ଷମା କରିଦେଇଛି। ସେ ମୋ’ ସହ ପ୍ରତାରଣା କରିଛନ୍ତି, ମୁଁ କରିନାହିଁ।

Share