‘ଲଭ୍‌ ଆଜ୍‌ କଲ୍‌-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ

ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍‌ କଲ-୨’ର ପ୍ରଥମ ଲୁକ୍‌। ଉଭୟ ନିଜ ନିଜର ସୋସିଆଲ ପୃଷ୍ଠାରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି। ଏଥିରେ ଉଭୟଙ୍କୁ ରୋମାଣ୍ଟିକ୍‌ ଭାବେ ଦେଖିବାକୁ ମିଳୁଛି। ଫଳରେ ଚଳଚ୍ଚିତ୍ରରେ ରୋମାନ୍ସର ଭରପୂର ଡୋଜ୍‌ ରହିଥିବା କୁହାଯାଉଛି।

ଫିଲ୍ମର ଟ୍ରେଲର ଶୁକ୍ରବାର ରିଲିଜ ହେବାକୁ ଥିବା ବେଳେ ଫେବୃୟାରୀ ୧୪ରେ ଏହା ପରଦାକୁ ଆସିବ। ସାରା-କାର୍ତ୍ତିକଙ୍କ ଛଡ଼ା ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ଇମ୍‌ତିଆଜ ଅଲ୍ଲୀ ଓ ଦିନେଶ ବିଜାନ ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍‌ କଲ୍‌’ର ଏହା ସିକୁଏଲ। ପୂର୍ବ ଫିଲ୍ମରେ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ମୁଖ୍ୟ ଭୂମିକାରେ କାମ କରିଥିଲେ।

Share