ଲଦାଖରେ ଚୀନ ଯବାନଙ୍କ ସହ ସଂଘର୍ଷବେଳେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବୁଗୁଡ଼ା,୧୭ା୬(ଡି.ଏନ.ଏ.)- ଲଦାଖ ଗଲଓ୍ବାନ୍‌ ଘାଟିରେ ସୋମବାର ଚୀନ-ଭାରତ ସେନା ମୁହଁାମୁହିଁ ହୋଇଥିଲେ। ଭାରତୀୟ ଯବାନ ଚୀନର ୪୩ ଜଣ ଯବାନଙ୍କୁ ମାରିଥିଲେ। ବୀରତ୍ୱର ସହ ଲଢ଼େଇ କରି ଜଣେ କର୍ନଲଙ୍କ ସହ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବୁଧବାର ବୁଗୁଡ଼ା ଓକିଲ ସଂଘ ତରଫରୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ଅସ୍ଥାୟୀ ସଭାପତି ମିହିରକାନ୍ତ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଲକ୍‌ଡାଉନ ନିୟମ ମାନି ବୀର ଶହୀଦ ଯବାନମାନଙ୍କୁ ଓକିଲମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ସଭାରେ ବିଭୁଦତ୍ତ ନାୟକ, ପ୍ରଭାତ କୁମାର ଜେନା, ହର ପ୍ରସାଦ ଦାଶ, ମାନସ କୁମାର ଦାଶ, ଲୋକନାଥ ବେହେରା, ଅନିଲ ପଟ୍ଟନାୟକ ପ୍ରମୁଖ ବହୁ ଓକିଲ ଯୋଗ ଦେଇଥିଲେ।