ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଲତାଙ୍କ ସୁମଧୁର ସଙ୍ଗିତ ହିଁ ଆମ ଜୀବନକୁ ସରସ ସୁନ୍ଦର କରିପାରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପରେ ଲତା ଜୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଟୁଇଟ କରି ଲତା ରାଷ୍ଟ୍ରପତି କୋବିନ୍ଦଙ୍କୁ କୃତଜ୍ଞତା ଜଣାଇବା ସହ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅସୁସ୍ଥତା କାରଣରୁ ବେଶ୍‌ କିଛିଦିନ ହେବ ଲତା ଆଉ ଗୀତ ଗାଉନାହାଁନ୍ତି ସତ। ହେଲେ ସେ ଯେଉଁ ଗୀତ ବଲିଉଡ୍‌ ଦୁନିଆକୁ ଭେଟି ଦେଇଛନ୍ତି ତାହା ଯୁଗେ ଯୁଗେ ଅପାସୋରା ହୋଇ ରହିବ ଏଥିରେ ସନ୍ଦେହ ନାହିଁ।

Share