ଲଣ୍ଡନ ଯିବେ ଶରିଫ

ଇସ୍‌ଲାମାବାଦ,୧୦।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଉନ୍ନତ ଚିକିତ୍ସା ଲାଗି ସୋମବାର ଲଣ୍ଡନ ଗସ୍ତ କରିବେ ବୋଲି ସୂଚନା ମିଳିଛି। କିଛିଦିନ ହେବ ଅସୁସ୍ଥ ଥିବା ଶରିଫ ଲାହୋରର ସର୍ଭିସେସ୍‌ ହସ୍ପିଟାଲରେ ଦୁଇ ସପ୍ତାହ ଚିକିତ୍ସିତ ହୋଇ ପରେ ନିଜ ଘରକୁ ଯାଇଥିଲେ। ସେଠାରେ ଆଇସିୟୁ ବ୍ୟବସ୍ଥା କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟରେ ସେମିତି କିଛି ଉନ୍ନତି ନ ଆସିବାରୁ ଏବେ ସେ ସୋମବାର ଲଣ୍ଡନ ଯିବେ ବୋଲି ଜଣାପଡିଛି। ୧୧ତାରିଖରେ ସେ ଲଣ୍ଡନ ଯାତ୍ରା କରିବାକୁ ଥିବା ବେଳେ ୨୭ ତାରିଖରେ ତାଙ୍କର ଫେରିବାର ଟିକେଟ୍‌ କନଫର୍ମ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସ୍ବତନ୍ତ୍ର ସହାୟକ ନଇମ ଉଲ୍‌ ହକ୍‌ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସବୁ ପାକିସ୍ତାନଙ୍କର ସୁସ୍ଥ ରହିବା ଅଧିକାର ରହିଛି। ଖଇଡ଼୍‌ଥଉ ଶରିଫ କେତେଦିନ ବିଦେଶରେ ରହିପାରିବେ ତାହା କୋର୍ଟ ସ୍ଥିର କରିବେ। କାରଣ ଭ୍ରଷ୍ଟାଚାର ମାମଲାରେ ଜେଲରେ ଥିବା ଶରିଫଙ୍କୁ କୋର୍ଟ ଚିକିତ୍ସା ଲାଗି ୮ ସପ୍ତାହ ଛୁଟି ଦେଇଥିଲେ। ସୂଚନାଯୋଗ୍ୟ, ଜେଲ୍‌ରେ ଥିବା ସମୟରେ ଶରିଫଙ୍କ ପ୍ଲେଟଲେଟ୍‌ କାଉଣ୍ଟ କମ୍‌ ହୋଇଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ ଓ ଚିକିତ୍ସା ଲାଗି ତାଙ୍କୁ କୋର୍ଟ ଛୁଟି ପ୍ରଦାନ କରିଥିଲେ।

Share