Categories: ଖେଳ

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କୁ ଧରି ଲଣ୍ଡନରେ ଛୁଟି ମନାଉଛନ୍ତି। ବିଶ୍ୱକପ ଦଳରେ ସାମିଲ ଥିବା ଅଧିକାଂଶ ଖେଳାଳି ଭାରତ ଫେରିଛନ୍ତି। କିନ୍ତୁ ବିରାଟ ଭାରତ ନ ଫେରି ଲଣ୍ଡନରେ ବୁଲୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଭାରତୀୟ ଫ୍ୟାନ୍‌ କ୍ଷୁବ୍ଧ ହୋଇଛନ୍ତି। ଏପେଟେ ଦର୍ଶକ ହୃଦଘାତରେ ମୃତ୍ୟୁବରଣ କରୁଥିବାବେଳେ ସେପଟେ ପିଜା-ବର୍ଗରର ମଜା ନେଉଛନ୍ତି ଅଧିନାୟକ ବୋଲି ଦର୍ଶକ କହିଛନ୍ତି। ସ୍ତ୍ରୀଙ୍କ ସହ ବୁଲିବା ପାଇଁ ବିରାଟ ସେମିଫାଇନାଲରେ ଖେଳିଲେ ନାହିଁ ବୋଲି ଆଉ କିଛି ଦର୍ଶକ ମତ ଦେଇଛନ୍ତି।

Share