ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଚନ୍ଦ୍ରଶେଖର ହାଁସଦା । ନୀଳକଣ୍ଠପୁରର ଦିଲୀପ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡିରୁ ୨୦ ହଜାର ଟଙ୍କାର ଚେକ୍‌ ଆସିଥିଲା। ଏହି ଚେକ୍‌ ଦେବାପାଇ ହାଁସଦା ତାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଦିଲୀପ ୧ ହଜାର ଟଙ୍କା ଲାଞ୍ଚ ଦେଲା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ହାଁସଦାଙ୍କୁ କାବୁ କରିଛି।