ଲଘୁଚାପ ବର୍ଷା : ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର ଅଫିସ,୭।୮: ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ବୁଧବାର ମଧ୍ୟ ଅନବରତ ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ବର୍ଷାଜଳ ପ୍ରବାହିତ ଯୋଗୁ ଯାନବାହନ ଚଳାଚଳ ସ୍ବାଭାବିକ ହୋଇପାରୁନି। ଅନ୍ୟପଟେ ବର୍ଷାକୁ ଦେଖି ବୁଧବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଏହି ଘୋଷଣା କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ପାଇଁ ଛୁଟି ଘୋଷଣା ହୋଇଥିବା ବେଳେ ଶିକ୍ଷୟିତ୍ରୀ ଶିକ୍ଷକ କିନ୍ତୁ ସ୍କୁଲରେ ଉପସ୍ଥିତ ରହିବେ। ଆବଶ୍ୟକସ୍ଥଳେ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବେ। ଏନେଇ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସୂଚନା ଦେଇଛନ୍ତି।
ତେବେ ଏହି ନିର୍ଦ୍ଦେଶ ସକାଳ ପ୍ରାୟ ୮.୩୦ରେ ଜାରି କରାଯାଇଛି। କିନ୍ତୁ ଘରୋଇ ସ୍କୁଲଗୁଡିକ ସକାଳୁ ଖୋଲି ଯାଇଥିଲା