ଲଘୁଚାପ ଦୁର୍ବଳ: ୬ ଯାଏ ବର୍ଷା ନାହିଁ

ଭୁବନେଶ୍ୱର,୩।୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ମଙ୍ଗଳବାର ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଝାଡଖଣ୍ଡ ଏବଂ ଓଡିଶାର କିଛି ଅଂଶରେ ରହିଛି। ଆସନ୍ତା ୬ ତାରିଖ ଯାଏ ଆଉ ବର୍ଷା ହେବାର ସମ୍ଭାବନା ନାହିଁ। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି’ ଅସରା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଦୁର୍ବଳ ରହୁଥିବାରୁ ବର୍ଷା ପରିମାଣ ବଢିବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦବାଲିରେ ସର୍ବାଧିକ ୧୨୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୫୦.୯, କଟକ ୫୪.୨, ପାରାଦୀପ ୩୨.୫, ଭୁବନେଶ୍ୱର ୭୦.୮, ଗୋପାଳପୁର ୨, ପୁରୀ ୫୧.୪, ଅନୁଗୋଳ ୬୦, ବାରିପଦା ୩୪.୨, ଝାରସୁଗୁଡା ୨୯.୭, କେନ୍ଦୁଝର ୩୪.୩, ସମ୍ବଲପୁର ୫୮.୬, ସୁନ୍ଦରଗଡ ୧୫, ହୀରାକୁଦ ୫୦.୨, ତାଳଚେର ୩୧, ଭବାନୀପାଟଣା ୨୬, ବଲାଙ୍ଗୀର ୯୨.୬, କୋରାପୁଟ ୨୧.୮, ଫୁଲବାଣୀ ୮୪.୬, ଟିଟିଲାଗଡ ୪୪.୮, ମାଲକାନଗିରି ୧୫, ସୋନପୁର ୭୦ ଏବଂ ଦାରିଙ୍ଗିବାଡିରେ ୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।