Posted inଖେଳ

ଲଗାତର ୩ୟ ଗୋଲ୍ଡେନ ବୁଟ୍‌ ଜିତିଲେ ମେସି

ବାର୍ସିଲୋନା, ୧୭।୧୦ (ଏଏଫ୍‌ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍‌ ଲିଗ୍‌ରେ ମୋଟ୍‌ ଉପରେ ୬ଷ୍ଠ ଥର ପାଇଁ ଟପ୍‌ ଗୋଲ ସ୍କୋରର୍‌ ହୋଇଛନ୍ତି। ୨୦୧୮-୧୯ ସିଜନରେ ୩୬ ଗୋଲ୍‌ସ୍କୋର କରି ସେ ଗୋଲ୍ଡେନ ବୁଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୩୨ ବର୍ଷୀୟ ଏହି ଆର୍ଜେଣ୍ଟିନାର ଷ୍ଟାର୍‌ ଲଗାତର ୩ୟ ବର୍ଷ ପାଇଁ ସୁନା ଜୋତା ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଏହି ଗୋଲ୍ଡେନ ବୁଟ୍‌ ଦୌଡ଼ରେ ପ୍ୟାରିସ ସେଣ୍ଟ-ଜର୍ମେନ କ୍ଲବର ଯୁବ ଫୁଟ୍‌ବଲର କିଲିୟାନ ଏମ୍‌ବାପ୍ପେ ରହିଥିଲେ। କିନ୍ତୁ ମେସିଙ୍କଠାରୁ ୩ଟି ଗୋଲ କମ୍‌ ଦେଇ ଏମ୍‌ବାପ୍ପେ (୩୩) ଏହି ପୁରସ୍କାରରୁ ବଞ୍ଚତ୍ତ ହୋଇଛନ୍ତି। ବୁଧବାର ଏଠାରେ ଅନୁଷ୍ଠିତ ପୁରସ୍କାର ଗ୍ରହଣ ଉତ୍ସବରେ ମେସିଙ୍କ ସହ ତାଙ୍କ ଦୁଇ ପୁତ୍ର ଥିଆଗୋ ଓ ମାଟେଓ ଏବଂ ସ୍ତ୍ରୀ ଆଣ୍ଟୋନେଲା ରୋକୁଜୋ ଉପସ୍ଥିତ ରହିଥିଲେ। ସେହିଭଳି ବାର୍ସିଲୋନାର ଷ୍ଟାର୍‌ ଖେଳାଳି ଲୁଇସ ସୁଆରେଜ, ଜୋର୍ଡି ଆଲ୍‌ବା ପ୍ରମୁଖଙ୍କୁ ଏହି ଅବସରରେ ଦେଖିବାକୁ ମିଳିଥିଲା। ‘ଏହି ପୁରସ୍କାର ମୋ ପରିବାର ଓ ଏଠାରେ ଉପସ୍ଥିତ ରହିଥିବା ମୋ ସାଥି ଖେଳାଳିଙ୍କୁ ସମର୍ପିତ କରିବି। ମୋ ଟିମ୍‌ ବିନା ଏହି ପୁରସ୍କାର ଜିତିପାରି ନ ଥାନ୍ତି’ ବୋଲି ମେସି ଏହି ଅବସରରେ କହିଛନ୍ତି। ଏହି ପୁରସ୍କାର ଜିତିବାରେ ମେସି ତାଙ୍କ ଚରିପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ଆଗରେ ରହିଛନ୍ତି। ରୋନାଲ୍ଡୋ କ୍ୟାରିୟରରେ ୪ଥର ଏହି ପୁରସ୍କାର ଜିତିଛନ୍ତି। ସେହିଭଳି ସୁଆରେଜଙ୍କ ସମେତ ୯ ଜଣ ଖେଳାଳି ୨ଥର ଲେଖାଏ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ୧୯୬୭ରୁ ଏହି ଗୋଲ୍ଡେନ ବୁଟ୍‌ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ପର୍ତ୍ତୁଗାଲ ଷ୍ଟ୍ରାଇକର୍‌ ଇଉସେବିଓ ପ୍ରଥମେ ଏହି ପୁରସ୍କାର ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri