କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି ଭାଙ୍ଗି ଯାଇଯାଇଛି। ସେହିପରି କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଗମନାଗମନ କ୍ଷେତ୍ରରେ ସମସ୍ୟା ଦେଖା ଦେଉଛି।
ସେହିପରି ବ୍ଳକର କିକିଆ ଖଜୁରପଡାକୁ ସଂଯୋଗ ହୋଇ ଥିବା ପିଡବ୍ଲୁଡି ରାସ୍ତା ଉପରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକଙ୍କ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇଛି। ପ୍ରବଳ ବର୍ଷାରେ ଜିତେନଙ୍କ ଝାଟିମାଟି ପୁରୁଣା ଘର ଭାଙ୍ଗି ଯାଇଛି। ପରିବାରରେ ବୃଦ୍ଧା ମା’, ସ୍ତ୍ରୀ ଏବଂ ତିନୋଟି ପୁଅଝିଅ ଅଛନ୍ତି।ଗତ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇଛନ୍ତି। ପୁରଣା ଘର ଭାଙ୍ଗି ଯାଇଥିବାରୁ ରୋଷେଇ କରିବାରେ ଅସୁବିଧା ହେଉଛି।ତେଣୁ ତହସିଲଦାର, କିମ୍ବା ରାଜସ୍ବ ନିରୀକ୍ଷକ ଏହାର ତଦନ୍ତ କରି ପଲିଥିନ ଯୋଗାଇ ଦେବା ପାଇଁ ଜିତେନ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପର୍ଥଲା ଗ୍ରାମ ପଞ୍ଚାୟତର ପିଇଓ ସୂର୍ଯ୍ୟମଣି ଦୁର୍ଗାଙ୍କୁ ପଚାରିବାରୁ ଗତ ୨୦୨୧-୨୨ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇଁ ସମ୍ପୂର୍ଣ୍ଣ କରିଛି ବୋଲି ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily

