ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ ସ୍ତ୍ରୀ ମୀନା(୩୨)ଙ୍କର ଘର ଭୁଶୁଡି ପଡିଛି। ମୀନାଙ୍କର ୩ଟି ପିଲାଙ୍କ ସହ ଅଳ୍ପ କିଛି ଜରୁରୀ ଘରୋଇ ସାମଗ୍ରୀ ପଡିଶା ଲୋକେ ଉଦ୍ଧାର କରି ନିକଟସ୍ଥ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ଦେଇଛନ୍ତି। ଏହି ଘର ଭଙ୍ଗା ଖବର ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଦିଆଯାଇଥିଲେ ବି ଅଦ୍ୟାବଧି କେହି ପହଞ୍ଚି ନ ଥିବା ଜଣାପଡିଛି। ପ୍ରକାଶଥାଉ କି, ମୀନାଙ୍କ ସ୍ବାମୀ ଶମ୍ବୁନାଥଙ୍କର ଗତ ୩ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ଦୁଃଖ ଅଭାବରେ ଦିନ କାଟୁଥିବା ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।