ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଲଗାଣ ବର୍ଷା ଯୋଗୁ ଶଙ୍ଖାଳିଙ୍କ ମାଟିଘର କାନ୍ଥ ଭିଜିଯାଇଥିବା ବେଳେ ଶୁକ୍ରବାର ସକାଳୁ ଘରଟି ଭାଙ୍ଗି ପଡିଥିଲା। ସୌଭାଗ୍ୟବଶତଃ ସକାଳେ ଶଙ୍ଖାଳି କୌଣସି କାର୍ଯ୍ୟରେ ଘରୁ ଅନ୍ୟତ୍ର ଚାଲିଯାଇଥିଲେ । ଫଳରେ ସେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିବା ପଡୋଶୀ ପ୍ରକାଶ କରିଛନ୍ତି ।
ଶଙ୍ଖାଳି ଜଣେ ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଗତ କିଛିବର୍ଷ ଧରି ରୋଗଗ୍ରସ୍ତ ହେବା ଯୋଗୁ ଆଉ କୌଣସି କାମଧନ୍ଦା କରିପାରୁନାହାନ୍ତି । ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରୁ ମିଳୁଥିବା ୩୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଶଙ୍ଖାଳିଙ୍କ ବଞ୍ଚତ୍ବାର ରାହା ପାଲଟିଛି । ଦୁଇଝିଅଙ୍କ ବିବାହ ପରେ ରୋଗଗ୍ରସ୍ତ କାରଣରୁ ଗତ ୩ ବର୍ଷ ତଳେ ସ୍ତ୍ରୀ ମହରଗୀଙ୍କ ମୃତ୍ୟୁ ହୋଇଥିଲା । ତା’ ପର ଠାରୁ ଶଙ୍ଖାଳି ଏକାକୀ ଜୀବନ ବିତାଉଥିବା ଗ୍ରାମବାସୀ କହିଛନ୍ତି । ରୋଗଗ୍ରସ୍ତ ଜୀବନ ସାଙ୍ଗକୁ ଆର୍ଥିକ ଅନଟନ ଯୋଗୁ ବାପଅଜା ଅମଳର ପୁରୁଣା ଚାଳଘରକୁ ମରାମତି କରିବାକୁ ସମର୍ଥ ନାହାନ୍ତି ଶଙ୍ଖାଳି । ୨ବଖରା ଝାଟିମାଟି ଚାଳଘର ମଧ୍ୟରୁ ଗୋଟିଏ ବଖରା ଭାଙ୍ଗିଯାଇଥିବା ବେଳେ ଅନ୍ୟଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଦେଖାଯାଇଛି । ବାର୍ଦ୍ଧକ୍ୟ ସମୟରେ ଆମତ୍ୀୟ ସ୍ବଜନ କେହି ପାଖରେ ନ ଥିବା ବେଳେ ଘର ଭାଙ୍ଗିଯିବା ପରେ ଶଙ୍ଖାଳି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ବାଭିମାନୀ ମଣିଷ ହେତୁ ସରକାରଙ୍କ କୌଣସି ସହାୟତା ପାଇଁ କେବେ କାହାରିକୁ ମଧ୍ୟ ସେ ଗୁହାରି କରି ନ ଥିବା ପଡ଼ୋଶୀମାନେ କୁହନ୍ତି । ତେବେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଶଙ୍ଖାଳିଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ଯୋଗାଇଦେବା ସହ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri