ଲଗାଣ ବର୍ଷାରେ କୃତ୍ରିମ ବନ୍ୟା

ବାଲେଶ୍ୱର ଅଫିସ,୨୬।୯- ବାଲେଶ୍ୱର ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ସହର ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଥିବାବେଳେ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅଧିକ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଜିଲା ପ୍ରଶାସନ ସଜାଗ ରହିଛି। ପ୍ରତ୍ୟେକ ବ୍ଲକରେ ତହସିଲଦାର, ବିଡିଓ ପ୍ରମୁଖ ପ୍ରଶାସନିକ ଅଧିକାରୀ ସ୍ଥିତିର ତଦାରଖ କରୁଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଜିଲାରେ ପ୍ରସ୍ତୁତ ରହିଛି। ବନ୍ୟା ପରିସ୍ଥିତି ଉପୁଜିଲେ, ଏଥିଲାଗି ଆବଶ୍ୟକୀୟ ପ୍ରାଥମିକ ଶୁଖିଲା ଖାଦ୍ୟ, କିରୋସିନ, ମହମବତି ଓ ପଲିଥିନ୍‌ ପ୍ରଭୃତି ସାମଗ୍ରୀ ପ୍ରସ୍ତୁତ ରଖାଯାଇଥିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାରଠାରୁ ବୁଧବାର ପୂର୍ବାହ୍ନ ୮ଟା ସୁଦ୍ଧା ଜିଲାରେ ୧୦୨୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୋଗରାଇ ବ୍ଲକରେ ସର୍ବାଧିକ ୧୫୨ , ଜଳେଶ୍ୱର ବ୍ଲକ ୧୪୩, ବାଲିଆପାଳ ୯୫, ବସ୍ତାରେ ୯୧, ବାଲେଶ୍ୱର ସଦର ବ୍ଲକ ଓ ସହରାଞ୍ଚଳରେ ୧୦୩ ମି.ମି. ବର୍ଷା ହୋଇଛି। ସେହିପରି ରେମୁଣାରେ ୧୦୪, ନୀଳଗିରିରେ ୮୭, ସୋରରେ ୫୩ , ବାହାନଗାରେ ୫୭ , ସିମୁଳିଆରେ ୫୪ ,ଖଇରାରେ ୪୫ , ଔପଦା ବ୍ଲକରେ ସର୍ବନିମ୍ନ ୪୦ ମି.ମି. ବର୍ଷା ହୋଇଥିବା ଜଣାପଡିଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ମଥାନୀ ନିକଟରେ ବିପଦସଙ୍କେତ ୫.୫୦ ମିଟର ଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୪୦ ମିଟରକୁ ବୃଦ୍ଧି ପାଇଥିଲା। ଏ ନେଇ ଉକ୍ତ ବ୍ଲକର ୧୨ ପଞ୍ଚାୟତ ମଥାନୀ, ବାହାର୍ଦ୍ଦା, ପତ୍ରଝଡ଼ା, ଦୁଧହଂସା, ସଦାନନ୍ଦପୁର ସହ ସଦର ବ୍ଲକର ୨ ପଞ୍ଚାୟତ ରସଲପୁର ଓ ଶ୍ରୀରାମପୁର ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହା ବନ୍ୟା ଆଶଙ୍କା ସୃଷ୍ଟି କରିବ ନାହିଁ ବୋଲି ପ୍ରଶାସନ କହିଛି।
୩ଦିନ ଧରି ଲଗାଣବର୍ଷା ଯୋଗୁ ବାଲେଶ୍ୱର ସହରର ଅବସ୍ଥା ଅଧିକ ବେହାଲ ହୋଇପଡିଛି। ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ କେତେକ ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ମ୍ୟୁନିସିପାଲିଟି ଅନ୍ତର୍ଗତ ତଳି ଅଞ୍ଚଳର ନୂଆସାହି, କୋଷ୍ଟାଲକଲୋନୀ, ଗୁଡ଼ିପଦା ଅଞ୍ଚଳରେ ମଙ୍ଗଳବାର ରାତି ୧୦ଟା ପରେ ଲୋକଙ୍କ ଘରେ ପାଣି ପଶିଥିଲା। ୧୦୦ରୁ ଅଧିକ ପରିବାର ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସାଧାରଣ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ବସ୍ତି ଅଞ୍ଚଳର ଲୋକେ ଘରଦ୍ୱାର ଛାଡ଼ି ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଛନ୍ତି। ଯେଉଁମାନେ ଅଛନ୍ତି, ସେମାନଙ୍କ ଘରେ ଚୁଲି ଜଳି ନାହଁି। ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ସହାୟତା ପହଞ୍ଚତ୍ ନ ଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଜିଲା ଜରୁରିକାଳୀନ ଅଧିକାରୀ ଅଭୟ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ବନ୍ୟାଜଳ କୂଳ ଲଂଘି ନାହଁି। ଉପରମୁଣ୍ଡରେ ଯଦି ଅଧିକ ଲଗାଣବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜେ ସେଥିଲାଗି ପ୍ରଶାସନ ସତର୍କ ରହିଛି। ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ, ବିଡିଓ କୁକୁମିନା ଦାସଙ୍କୁ ସଜାଗ ରହିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସହରର ବିଭିନ୍ନ ତଳି ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜରୁରିକାଳୀନ ଭିତ୍ତିରେ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri