ଲଗାଣବର୍ଷାରେ ବିଲରେ ସଢୁଛି ପନିପରିବା: ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

ରାଇସୁଆଁ,୨୭ା୪(ଡି.ଏନ୍‌.ଏ.) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ କାଳବୈଶାଖୀ ଲଗାଣବର୍ଷା ଏବଂ କୁଆପଥର ମାଡ଼ରେ ଯୁବଚାଷୀମାନଙ୍କର ହେକ୍ଟର ହେକ୍ଟର ପନିପରିବା ନଷ୍ଟ ହୋଇଯାଇଛି। ଫଳରେ ଚାଷୀ ଘରୋଇ ସଂସ୍ଥା ଏବଂ ବ୍ୟାଙ୍କ ଋଣ ପରିଶୋଧ କରିବା ଚିନ୍ତା ଘାରିଛି। କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ଝଡ଼ତୋଫାନରେ ଚାଷୀଙ୍କ ବିଲରେ ଟମାଟର, ବାଇଗଣ, ଭେଣ୍ଡି, କାକୁଡ଼ି ଆଦି ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀ ଯୁଧିଷ୍ଠିର ମହାନ୍ତ,ମୋହନ ମହାନ୍ତ, ଫକୀର ମାଝି, ପବିତ୍ର ଟୁଡ଼ୁ, ରାଜେଶ ମାଝିଙ୍କ ପନିପରିବା ନଷ୍ଟ ହୋଇ କ୍ଷେତରେ ସଢୁଛି। ବର୍ତ୍ତମାନ କରୋନା ଭୟରେ ବଜାରକୁ ଚାଷୀମାନେ ପନିପରିବା ନେଲାବେଳେ ପୋଲିସ ଲାଠିମାଡ଼ର ଶିକାର ହେଉଥିବା କହିଛନ୍ତି। ଭୟରେ ବଜାରକୁ ଯିବା ଛାଡ଼ି ଦେଇଥିବାବେଳେ କାଳବୈଶାଖୀ ଲଗାଣବର୍ଷା ପନିପରିବାକୁ ଉଜାଡ଼ି ଦେଇଛି। ଏନେଇ ଜିଲା ପ୍ରଶାସନ ସହାୟତା ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?