ଲକ୍ ଡାଉନ ପାଇଁ ସମସ୍ୟାରେ ବିଲ୍ଟ କର୍ମଚାରୀ, ସହାୟତା ଦେଲା ପୌରସଂସ୍ଥା

ଜୟପୁର,୫।୪(ଡି.ଏନ୍.ଏ.): ଜୟପୁର ସହରରେ ବସବାସ କରୁଥିବା ବିଲ୍ଟ ପେପର ମିଲ କର୍ମଚାରୀଙ୍କୁ ପ୍ରତ୍ୟେକ ୧୦ କେଜି ଚାଉଳ ଦେଇଛି ସ୍ଥାନୀୟ ପୌରସଂସ୍ଥା। ଗତ ଏକ ବର୍ଷ ହେବ ଜୟପୁର ନିକଟସ୍ଥ ବିଲ୍ଟ ପେପର ମିଲରେ ଉତ୍ପାଦନ ବନ୍ଦ ରହିଛି। ଦୀର୍ଘ ୧୪ ମାସ ହେଲାଣି କର୍ମଚାରୀଙ୍କ ଦରମା ମିଳିନାହିଁ। ଲକ୍ ଡାଉନ ଯୋଗୁ ସମସ୍ୟାରେ ଥିବା ଏହି କର୍ମଚାରୀଙ୍କ ପରିବାରକୁ ସହାୟତା ପାଇଁ ପୌରସଂସ୍ଥା ପଦକ୍ଷେପ ନେଇଛି। ସମୁଦାୟ ୨୩୫ ପରିବାରଙ୍କୁ ଚାଉଳ ବଣ୍ଟନ କରାଯାଇଛି।