ଲକ୍‌ ଡାଉନ ପାଇଁ ପେଟକୁ ଖାଦ୍ୟ ଯୋଗାଡ କରି ହେଉନି

ସମ୍ବଲପୁର, ୧୧।୪ (ବ୍ୟୁରୋ)- ସମ୍ବଲପୁର ଜିଲା ଖୁଲିଆ ଗ୍ରାମର ବହୁମୁଖି କଳାକାର ଲାଲୁ ମୁଣ୍ଡାଙ୍କୁ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଛି । ଲାଲୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କ ବୟସ ୬୮ ବର୍ଷ । ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର। ପରିଣତ ବୟସ ହେବା ସତ୍ତ୍ବେ ସେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଜାରି ରହିଛି । ତେଣୁ ସେ ଉପାର୍ଜନ କରିପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଓମାୱା ପରିବାର ପକ୍ଷରୁ ଆଲବମ୍‌ ଅଭିନେତା ଭାରତଗୌରବ ଦାଶ ଓ କଣ୍ଠଶିଳ୍ପୀ ଦିଲୀପ କୁମାର ପଣ୍ଡା ସହାୟତା କରିଛନ୍ତି।