ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି ।  ଏଥିଯୋଗୁ ଶତାଧିକ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।  ପନିପରିବା ସହିତ ତରଭୁଜ ଚାଷ କରି ଲାଭବାନ ହେବାକୁ ଚାଷୀମାନେ ଆଶା ବାନ୍ଧିଥିଲେ ।  ଏଥିପାଇଁ ଧାରକରଜ କରି ଚାଷ କାମ ଆରମ୍ଭ କରିଥିଲେ ।  ହେଲେ ଭାଗ୍ୟ ସାଥ୍‌ ଦେଲାନି ।  ଚାଷ ଆରମ୍ଭର କିଛିଦିନ ପରେ କରାବର୍ଷା ମାଡରେ ଚାଷ ନଷ୍ଟ ହୋଇଥିଲା ।  ତଥାପି ଚାଷୀମାନେ ମନକୁ ବୁଝାଇ ପୁଣିଥରେ ଉଜୁଡି ଯାଉଥିବା ଚାଷକୁ ସଜାଡି ଥିଲେ ।  ଜମିରେ ଦିନରାତି ଏକା କରି ପନିପରିବା ସହିତ ତରଭୁଜ ଫଳାଇବାକୁ ଚେଷ୍ଟା କରିଥିଲେ ।  ସେମାନଙ୍କ ଝାଳବୁଝା ପରିଶ୍ରମ ଯୋଗୁ ଫସଲ ବି ଭଲ ହୋଇଥିଲା ।  ହେଲେ କରୋନା ଆତଙ୍କ ଏଡ଼ାଇବାକୁ ସରକାର ପକ୍ଷରୁ ଲକ୍‌ଡାଉନ ଘୋଷଣା ହେବା ପରେ ଚାଷୀମାନଙ୍କ ଚିନ୍ତା ବଢ଼ିଛି । ବ୍ୟବସାୟୀମାନେ ପନିପରିବା ନେବାକୁ ଆସୁନାହାନ୍ତି ।  ଫଳରେ ବିକ୍ରି ନ ହୋଇ ପନିପରିବା ଜମିରେ ସେମିତି ପଡି ରହିଛି ।  ତରଭୁଜର ଅବସ୍ଥା ବି ସେମିତି ।  ପ୍ରତିଦିନ ପନିପରିବା ସହିତ ତରଭୁଜ ପଚି ନଷ୍ଟ ହେଉଛି ।
କୋକସରା ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ ।  ବ୍ଲକର ୪ ପଞ୍ଚାୟତର କେତେକ ଗ୍ରାମ ଡାଲୁଆ ।  ଏହାବ୍ୟତୀତ ବ୍ଲକର ଅନ୍ୟ ପଞ୍ଚାୟତରେ ଖରିଫ ଋତୁ ଧାନ ଅମଳ ସରିବା ପରେ ମୁଖ୍ୟତଃ ଚାଷୀମାନେ ଡାଲି ଜାତୀୟ ଫସଲ କରିଥାନ୍ତି ।  ମୁଟ୍ରାନଦୀକୂଳିଆ ଅଞ୍ଚଳଥିବା ବଡପୋଡାଗୁଡା, ବାବେକୋରହା, ଭାଳିଆଯୋର, କାଉଡୋଲା ସୁନାମାଳ, ଗମ୍ଭାରିଗୁଡା, ମଜୁରସାଇ, ଫୁଫଗାଁ, ଡଙ୍ଗରିଗୁଡା ଓ କମଳନଦୀ କୂଳ ଆଦି ଅଞ୍ଚଳର ଚାଷୀମାନେ କୋବି, ଟମାଟୋ,ବାଇଗଣ, ଲଙ୍କା ମାଖନ, ଭେଣ୍ଡି, କଲରା, ମକା, ପିଆଜ , ତରଭୁଜ ଆଦି ଚାଷକରି ଜୀବାକା ନିର୍ବାହ କରିଥାନ୍ତି ।  ଚଳିତ ବର୍ଷ ମଧ୍ୟ ଶତାଧିକ ଚାଷୀଙ୍କ ପନିପରିବା ଚାଷ ଭଲ ହୋଇଥିଲା ।  ପ୍ରଥମେ କରାମାଡ ରେ ଚାଷ ନଷ୍ଟହୋଇ ଥିବାବେଳେ ଏବେ ଲକ୍‌ ଡାଉନ ଯୋଗୁ ବିକ୍ରି ବନ୍ଦ ହୋଇଯାଇଛି ।  ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ଚାଷୀମାନେ କିପରି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ।  ଡଙ୍ଗରିଗୁଡାର ସହଦେବ ମାଝି କୁହନ୍ତି, ମୁଁ ୫ ଏକର ଜମିରେ ତରଭୁଜ ଚାଷ କରିଥିଲି ।  ଚଳିତ ବର୍ଷ ଲକ୍ଷାଧିକ ଟଙ୍କା ଲାଭ ହେବ ବୋଲି ଆଶା କରିଥିଲି ।  ସେଥିପାଇଁ ଦିନରାତି ତରଭୁଜ ବାଡିରେ ଶୋଇ ଭାଲୁ, ହେଟାବାଘ ଆଦି ବନ୍ୟଜନ୍ତୁଙ୍କ କବଳରୁ ତରଭୁଜ ଚାଷକୁ ବଞ୍ଚାଇ ରଖିଥିଲି ।  ହେଲେ ଲକ୍‌ଡାଉନ ଯୋଗୁ ମୋ ପରି ଅନେକ ଚାଷୀଙ୍କ ଆଶା ଭାଙ୍ଗି ଯାଇଛି ।  ଏବେ ମୁଖ୍ୟ ବଜାର ସହ କୋକସରା, ଆମପାଣି, ଲଡୁଗାଁ ଆଦି ସାପ୍ତାହିକ ବଜାର ୩ ସପ୍ତାହ ହେଲା ବନ୍ଦ ରହିଛି ।  ଗାଡ଼ି ମୋଟର ବନ୍ଦ ଯୋଗୁ ଅନ୍ୟ ଜିଲାର ବ୍ୟବସାୟୀମାନେ ଆସି ପାରୁନାହାନ୍ତି ।  ଫଳରେ ଜମିରେ ତରଭୁଜ ପଚି ନଷ୍ଟ ହେଉଛି ।  ସେହିପରି ଡଙ୍ଗରିଗୁଡ ଚାଷୀ ଉମାକାନ୍ତ କେତକୀଙ୍କ ତରଭୁଜ ଓ ପନିପରିବା ପଚି ନଷ୍ଟ ହେଉଥିବା କହିଛନ୍ତି ।  ସୁନାମାଳର ଚାଷୀ ଶୁକ୍ରୁ ଭାଟି, ଜୟସେନ ଭାଟି, ଭଳ ରୋତି , ବୈରାଗୀ ସାହୁ, ସୀମା ନାଏକ, ବିଦୁ ହଂସ ଆଦି ଚାଷୀଙ୍କ ପିଆଜ, ମକା , ପନିପରିବା ଆଦି ଲକ୍‌ ଡାଉନ ଯୋଗୁ ବିକ୍ରି ନ ହୋଇ ପଡି ରହିଥିବା ଅଭିଯୋଗ କରିଛନ୍ତି ।  ଏପରି ଚାଷୀଙ୍କୁ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।  ଏନେଇ କୋକସରା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ତପନ କୁମାର ପାତ୍ର କୁହନ୍ତି, ପନିପରିବା ଚାଷ ପାଇଁ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦେବାର ବ୍ୟବସ୍ଥା ନାହିଁ ।  ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଆବେଦନ କରି ପାରିବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ମହାବୀର ପର୍ବତ ଛାଡି ଉଦାରମା ଜଙ୍ଗଲ ଗଲେ ୨୬ ଟିକିଆ ହାତୀପଲ

ବଡ଼ଗାଁ,୧୧ା୯(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ମହାବୀର ପର୍ବତରେ ମାସେ ହେଲା ଅବସ୍ଥାନ କରିଥିବା ୨୬ ଟିକିଆ ହାତୀପଲ ମହାବୀର ପର୍ବତରୁ ବାହାରି…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?