ଲକ୍‌ ଡାଉନ୍‌ର ପ୍ରଭାବ: ୧୦ ବର୍ଷ ପଛକୁ ଚାଲିଯିବ ଦେଶ; ସୃଷ୍ଟି ହେବେ ୧୦ କୋଟି ନୂଆ ଗରିବ; ବିପିଏଲ୍‌ ସଂଖ୍ୟା ଛୁଇଁବ ୯୧ କୋଟି

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ଏହାଦ୍ୱାରା ଦେଶ ଆର୍ଥିକ ଦୃଷ୍ଟିକୋଣରୁ ୧୦ ବର୍ଷ ପଛକୁ ଚାଲିଯିବ ବୋଲି ୟୁନାଇଟେଡ୍‌ ନେଶନ୍‌ ବିଶ୍ୱବିଦ୍ୟାଳୟ(ୟୁଏନ୍‌ୟୁ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହାଯୋଗୁ ଦେଶରେ ୧୦ କୋଟି ୪୦ ଲକ୍ଷ ନୂଆ ଗରିବ ସୃଷ୍ଟି ହେବେ। ସେହିପରି ବର୍ତ୍ତମାନ ଦେଶରେ ବିପିଏଲ୍‌ଙ୍କ ସଂଖ୍ୟା ୮୧ କୋଟି ୧୦ ଲକ୍ଷ ଥିବାବେଳେ ଏହା ବଢ଼ି ୯୧ କୋଟି ୫୦ ଲକ୍ଷ ହେବାର ଆଶଙ୍କା ରହିଛି। ଏଥିପାଇଁ ସରକାରଙ୍କୁ ନୂଆ ଆର୍ଥିକ ବିକାଶ ଯୋଜନା ଊପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) କହିଛି ଯେ, ଲକ୍‌ ଡାଉନ୍‌ ଯୋଗୁ ଭାରତରେ ୪୦ କୋଟି ଲୋକ ଗରିବ ହୋଇଯିବେ। ଅଣ-ସଂଗଠିତ କ୍ଷେତ୍ରରେ ବହୁ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି ଆଇଏଲ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ୱ ନେଲେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ।…

ସମୁଦ୍ର ନୁହେଁ, ମରୁଭୂମିରୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ; ଭିତରୁ ବାହାରିଲା କୋଟି କୋଟି ଟଙ୍କାର ଖଜଣା

ନୂଆଦିଲ୍ଲୀ,୨୬ା୭: କଳ୍ପନା କରନ୍ତୁ, ଯେଉଁଠି ଚାରିଆଡ଼େ କେବଳ ବାଲି ହିଁ ବାଲି, ସେଠାରେ ଅଚାନକ ଏକ ପୁରୁଣା ଜାହାଜ ମିଳିଗଲେ କେମିତି ଲାଗିବ? ଏପରି ହିଁ ଘଟିଥିଲା…

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri