Categories: ଜାତୀୟ

ଲକ୍‌ଡାଉନ ୪.୦: ନିୟମରେ କୋହଳ ପାଇଁ ଜନତାଙ୍କ ମତ ଲୋଡିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: କରୋନା ଯୁଦ୍ଧରେ ଲଢିବା ପାଇଁ ଲକ୍‌ଡାଉନ ୪.୦ ଲାଗୁ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି କହିଲେ ଚଳେ। ହେଲେ ଏହି ସମୟରେ ନିୟମରେ କେତେ କୋହଳ କରାଯିବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜନତାଙ୍କ ମତ ଲୋଡିଥିଲେ। ଏବେ ଦିଲ୍ଲୀ ସରକାର ପାଖାପାଖି ୫ ଲକ୍ଷ ମତ ଗ୍ରହଣ କରିଛନ୍ତି। ଅଧିକାଂଶ ଜନତାଙ୍କ ମତ ରହିଛି ମାର୍କେଟ ଓ ମାର୍କେଟ କମ୍ପ୍ଲେକ୍ସ ଖୋଲାଯାଉ ଓ ସ୍କୁଲ, ସେଲୁନ, ସ୍ପା, ସିନେମା ହଲ ଓ ସୁଇମିଂ ପୁଲ ଆଦିକୁ ବନ୍ଦ ରଖାଯାଉ। ଏବେ ଏହାକୁ ନେଇ କେଜରିଓ୍ବାଲ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେବେ ବୋଲି କହିଛନ୍ତି। କାରଣ ଲକ୍‌ଡାଉନକୁ ନେଇ କେନ୍ଦ୍ର ସରକାର ଅନ୍ତିମ ନିଷ୍ପତ୍ତି ନେବେ। ସେହିପରି ପବ୍ଲିକ ଟ୍ରାନ୍ସପୋର୍ଟ ଓ ମେଟ୍ରୋ ଟ୍ରେନ୍‌କୁ ସିମିତ ଯାତ୍ରୀ ପହିବହନ ସର୍ତ୍ତ ରଖି ଖୋଲାଯାଇ ପାରିବ ବୋଲି ଜନତା ମତ ଦେଇଛନ୍ତି।

Share