ଲକ୍‌ଡାଉନ: ସହରର ବିଭିନ୍ନ ସାହି ମୁଖ୍ୟରାସ୍ତାକୁ ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ, ୨୮।୩: କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ ଡାଉନକୁ ସଫଳ କରିବାକୁ ଶନିବାରଠାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଛକସ୍ଥାନ ସମେତ ବିଭିନ୍ନ ସାହିର ମୁଖ୍ୟ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଗଜପତି ନଗର, ଅନନ୍ତ ନଗର, ହାତୀବନ୍ଧ ସାହି ସମେତ ବିଭିନ୍ନ ସାହିର ମୁହଁକୁ ଶୁକ୍ରବାର ରାତ୍ରିରେ ସିଲ କରାଯାଇଥିବା ସୂଚନା ମିଳିଛି ।