ଲକ୍‌ଡାଉନ ସଙ୍କଟ: ବାଇକ୍‌ରେ ଶାଶୁଘର ଗଲେ କନ୍ୟା

ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ ଲଗାଯାଇଛନ୍ତି। କେତେକ ସ୍ଥାନରେ ବରକନ୍ୟା ଭିଡିଓ କନ୍‌ଫରେନ୍ସିଂ ବିବାହ କରୁଥିବା ବେଳେ ଆଉ କେତେକ ବିବାହ ତାରିଖକୁ ସ୍ଥଗିତ କରିଦେଇଥିବା ନଜିର ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଲକ୍‌ଡାଉନରେ ବିବାହ ପାଇଁ ବର ନିଜେ ବାଇକ୍‌ରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କନ୍ୟାଙ୍କୁ ଘର ଆଣିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଅଜନର ଥାନା ନିକଟସ୍ଥ ଅଶୋକ ନଗର ଗାଁର ଇନ୍ଦଲ ରେକଓ୍ବାରଙ୍କ ବିବାହ ମଧ୍ୟପ୍ରଦେଶ ଟିକମଗଢ଼ ଜିଲାର ଦେବରହା ଗାଁର ଜଣେ ଯୁବତୀଙ୍କ ସହ ଠିକ୍‌ ହୋଇଥିଲା।

ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ବିବାହ ଯୋଗ ନ ଥିବାରୁ ଏହି ଲକ୍‌ଡାଉନ ଭିତରେ ନିରାଡ଼ମ୍ବରରେ ବିବାହ କରିବାକୁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବର ଇନ୍ଦଲ ବିନା ବ୍ୟାଣ୍ଡବାଜା ଓ ବରଯାତ୍ରୀରେ ନିଜ ୨ଭାଇ ଓ ବାପାଙ୍କ ସହ ବିବାହ କରିବାକୁ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶକୁ ବାଇକ୍‌ରେ ଯାଇଥିଲେ। ଗୋଟିଏ ଦିନ ପୂର୍ବରୁ ସେମାନେ ଉତ୍ତରପ୍ରଦେଶରୁ ବାଇକ୍‌ରେ ବାହାରିଥିଲେ। ମଧ୍ୟପ୍ରଦେଶର ଦେବରାହା ଗାଁରେ ପହଞ୍ଚି ବିବାହର ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପରେ ଇନ୍ଦଲ କନ୍ୟାଙ୍କୁ ଧରି ବାଇକ୍‌ରେ ବିଦା ହୋଇଥିଲେ।

ଠିକ୍‌ ସେହି ସମୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ବର୍ଡରରେ ଥିବା ଗରୋଲି ଆଉଟପୋଷ୍ଟ ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଇନ୍ଦଲ ସମସ୍ତ କଥା କହିବା ପରେ ପୋଲିସ ନବବିବାହିତାଙ୍କୁ ଶୁଭକାମନା ଜଣାଇ ଘରକୁ ଯିବାକୁ ଦେଇଥିଲେ। ତେବେ ଲକ୍‌ଡାଉନର ସମସ୍ତ ନିୟମ ମାନିବା ସହ ନିଆରା ଢ଼ଙ୍ଗରେ ବିବାହ କରିଥିବାରୁ ଇନ୍ଦଲଙ୍କୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri