ଲକ୍‌ଡାଉନ ମଧ୍ୟରେ ମା’ ହେଲେ ଟିଏମ୍‌ସି ଏମ୍‌ପି: ଝିଅର ନାଁ ରଖିଲେ ‘କରୋନା’

ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା ଦେଖାଯାଇଛି। ଏଥିରେ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପି ଅପରୂପା ପୋଦାରଙ୍କ ନାଁ ଯୋଡି ହୋଇଯାଇଛି। ଗୁରୁବାର ସେ ଜନ୍ମ ଦେଇଥିବା କନ୍ୟା ସନ୍ତାନର ଡାକ ନାଁ ରଖିଛନ୍ତି ‘କରୋନା’। ଏମ୍‌ପିଙ୍କ ସ୍ବାମୀ ମହମ୍ମଦ ସକିର ଅଲି କହିଛନ୍ତି, ସେ ତାଙ୍କ ଜନ୍ମିତ କନ୍ୟା ଓ ଅନ୍ୟମାନଙ୍କୁ ଭବିଷ୍ୟତରେ ମନେପକାଇ ଦେବାକୁ ଚାହିଁଛନ୍ତି ଯେ କେଉଁ କଠିନ ପରିସ୍ଥିତିରେ ତାଙ୍କ ଝିଅ ‘କରୋନା’ର ଜନ୍ମ ହୋଇଥିଲା। କେମିତି କରୋନା ମାହାମାରୀ ବ୍ୟାପିଥିବା ବେଳେ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଅନ୍ୟପଟେ ଅପରୁପା କହିଛନ୍ତି କରୋନା ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି ହେଲେ ଏହାକୁ ନ ଡରି ଆମେ ଏହା ସହ ଲଢିବା ଦରକାର। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ହୁଗଳି ଜିଲା ଆରମବାଗ ଆସନରୁ ଏମ୍‌ପି ଥିବା ଅପରୂପା ଗୁରୁବାର ଏକ ଘରୋଇ ନିର୍ସି ହୋମରେ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ଏହା ପୂର୍ବରୁ ତାଙ୍କର ଏକ ୬ ବର୍ଷର ପୁତ୍ର ରହିଛି। ୨୦୦୭ରେ ତାଙ୍କର ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri