Categories: ଜାତୀୟ

ଲକ୍‌ଡାଉନ ବେଳେ ୫୯୩ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୭ା୪(ପି.ଟି.): ଦେଶବ୍ୟାପୀ ଲକ୍‌ଡାଉନର ଏକମାସ ମଧ୍ୟରେ ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୯୩ ମାମଲାର ଶୁଣାଣି କରିଥିବାବେଳେ ୨୧୫ଟିର ରାୟ ପ୍ରଦାନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ନେଇ ସର୍ବୋଚ୍ଚ ଅଦାଲତ ମାର୍ଚ୍ଚ ୨୩ରୁ ଆଇନଜୀବୀ ଓ ପକ୍ଷମାନଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା। ଏହି ସମୟରେ ସୀମିତ ବିଚାରପତିରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯାଇଛି। ସାଧାରଣ ସମୟରେ ମାସକରେ ହାରାହାରି ୩୫୦୦ ମାମଲାର ଶୁଣାଣି ହୋଇଥାଏ।
ଅଦାଲତ ପ୍ରଦତ୍ତ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୩ରୁ ଏପ୍ରିଲ ୨୪ ମଧ୍ୟରେ ୧୭ କାର୍ଯ୍ୟଦିବସରେ ମୋଟ ୮୭ ଖଣ୍ଡପୀଠରେ ୫୯୩ଟି ଅତି ଜରୁରୀ ମାମଲାର ଶୁଣାଣି ହୋଇଛି। ଏହି ସମୟରେ ମୋଟ ୮୪ଟି ରିଭ୍ୟୁ ପିଟିଶନର ସମାଧାନ କରାଯାଇଛି। ଏହା ବ୍ୟତୀତ ୩୯୦ଟି ମୁଖ୍ୟ ମାମଲା ଓ ୨୦୩ଟି ସଂଯୁକ୍ତ ମାମଲାର ଶୁଣାଣି କରାଯାଇଛି।

Share